ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଏମସିଏଲ ପରିଚାଳିତ ଓରିଏଣ୍ଟ ତିନି ନମ୍ୱର ଭୂତଳ କୋଇଲା ଖଣି ଭିତରେ ନିଆଁ ଲାଗିବାରୁ ଦୁଇଦିନ ହେବ କୋଇଲା ଉତ୍ପାଦନ ବନ୍ଦ ରହିଛି। ଖଣି କର୍ତ୍ତୃପକ୍ଷ ଏହା ଜାଣିବାପରେ କୋଇଲା ଖଣି ଭିତରେ କାମ କରିବାକୁ ବାରଣ କରିଥିଲେ। ଏମସିଏଲର ଅଗ୍ନିଶମ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛନ୍ତି। ତଦାରଖ ଅଭାବରୁ ନିଆଁ ଲାଗିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ତେବେ ଖଣି କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନାକରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।