କୋର୍ଟକୁ ଗଲା ଆରୋପ ପ୍ରତ୍ୟାରୋପ ଲଢ଼େଇ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାନୀ ପଣ୍ଡା ଯାତ୍ରା ଅଭିନେତ୍ରୀ ନୁହେଁ! ଏହିଠାରୁ ଆରମ୍ଭ ହୋଇଥିବା କଳି ଏବେ କୋର୍ଟରେ ପହଞ୍ଚିଛି। ଯାତ୍ରା ଅଭିନେତା ବାପି ପଣ୍ଡା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିରୋଧରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପି ଦାବି କରିଛନ୍ତି। ବାପି କହିଛନ୍ତି-“ଲକ୍ଷ ଲକ୍ଷ ଜନସାଧାରଣଙ୍କ ଆଗରେ ରାନୀ ପଣ୍ଡା ମୋତେ ଆକ୍ଷେପ କରିଛନ୍ତି। ମୋ ଚରିତ୍ର ସଂହାର କରିଛନ୍ତି। ମାନସିକ ନିର୍ଯାତନା ଦେଇଛନ୍ତି। […]

bapi-panda-and-rani

Manoranjan Sial
  • Published: Friday, 13 November 2020
  • , Updated: 13 November 2020, 08:43 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାନୀ ପଣ୍ଡା ଯାତ୍ରା ଅଭିନେତ୍ରୀ ନୁହେଁ! ଏହିଠାରୁ ଆରମ୍ଭ ହୋଇଥିବା କଳି ଏବେ କୋର୍ଟରେ ପହଞ୍ଚିଛି। ଯାତ୍ରା ଅଭିନେତା ବାପି ପଣ୍ଡା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିରୋଧରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପି ଦାବି କରିଛନ୍ତି।

ବାପି କହିଛନ୍ତି-“ଲକ୍ଷ ଲକ୍ଷ ଜନସାଧାରଣଙ୍କ ଆଗରେ ରାନୀ ପଣ୍ଡା ମୋତେ ଆକ୍ଷେପ କରିଛନ୍ତି। ମୋ ଚରିତ୍ର ସଂହାର କରିଛନ୍ତି। ମାନସିକ ନିର୍ଯାତନା ଦେଇଛନ୍ତି। ସେଥିପାଇଁ ମୁଁ ନ୍ୟାୟାଳୟର ଆଶ୍ରୟ ନେଇଛି।”

ସେ ଆହୁରି କହିଛନ୍ତି-“ରାନୀ ପଣ୍ଡା ଯାତ୍ରା ଅଭିନେତ୍ରୀ ନୁହଁନ୍ତି। ଯାତ୍ରାରେ ଅଭିନୟ କରୁଥିବା ଅଭିନେତ୍ରୀମାନେ ଏତେ ଅସଭ୍ୟ ଓ ଅଭଦ୍ର ନୁହଁନ୍ତି। କୌଣସି ଦାବି ପୂରଣ ପାଇଁ ରାଜରାସ୍ତାକୁ ଯିବା ପୂର୍ବରୁ ଯାତ୍ରା ଇଣ୍ଡଷ୍ଟ୍ରୀର ଗୁରୁଜନଙ୍କ ସହିତ ଆଲୋଚନା କରିବାର ଥିଲା। ଏଠି ସଂଘର ନିଷ୍ପତ୍ତି ଅନୁସାରେ ସବୁ କିଛି କରାଯାଇଥାଏ। ରାନୀ ପଣ୍ଡା ଆମ ସଂଘରେ ନାହାନ୍ତି। ସେ ଯେହେତୁ ଯାତ୍ରା ଅଭିନେତ୍ରୀ ନୁହଁନ୍ତି, ତାହାହେଲେ ସଂଘରେ କେମିତି ରହିବେ?”

ରାନୀ ପଣ୍ଡାଙ୍କୁ ଧମକଚମକ ନେଇ ବାପି କହିଛନ୍ତି-“ଏ ସବୁ ମିଥ୍ୟା ଖବର। ସିଏ କିଏ, ତାକୁ ଆମେ ଧମକ ଦେବୁ। ଆମର ଦାବି ଜଣାଇବାକୁ ସରକାରଙ୍କୁ କହିଥିଲୁ। ସରକାର ରାଜି ହୋଇଥିଲେ। ବୈଠକ ହେବା ପୂର୍ବରୁ ରାନୀ ପଣ୍ଡା ରାସ୍ତାକୁ ଚାଲି ଆସିଲେ। ସେଥିପାଇଁ ସବୁ ଭଣ୍ଡୁର ହୋଇଗଲା।”

ଜୀବନ ପ୍ରତି ବିପଦ ରହିଛନ୍ତି ବୋଲି ରାନୀ କହୁଛନ୍ତି। ଏହାର ଜବାବରେ ବାପି କହିଛନ୍ତି-“ମୁଁ ଡାକ୍ତର ନୁହେଁ, ତାଙ୍କୁ ଚିକିତ୍ସା କରିପାରିବିନି। ଯଦି ତାଙ୍କର ସେମିତି କିଛି ଅସୁବିଧା ହୁଏ, ତାହାହେଲେ ସେ ଡାକ୍ତରଖାନା ଯାଇପାରିବେ। ସେଠାରେ ଯାଇ ଚିକିତ୍ସିତ ହୋଇପାରିବେ। କିନ୍ତୁ ବାପି ପଣ୍ଡା ଜଣେ ଆକ୍ଟର। ମୁଁ ଜଣେ ଡାକ୍ତର ନୁହେଁ, ତାଙ୍କର ଚିକିତ୍ସା କରିବି।”

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ରାଜ୍ୟରେ ମନୋରଞ୍ଜନ ଶିଳ୍ପ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ଯାହାଫଳରେ କଳାକାରଙ୍କ ଜୀବନ ଦୁର୍ବିଶହ ହୋଇ ପଡ଼ିଛି। ଖାଇବାକୁ ଗଣ୍ଡେ ପାଉନଥିବା ଅଭଯୋଗ ହୋଇଥିଲା।

 

Related story