ବଦଳି ଯାଇଛି କଳାକାରର କାହାଣୀ, ରଙ୍ଗ ମଞ୍ଚ ବନ୍ଦ ହୋଇଗଲା ପରେ ଏବେ କେମିତି ବଞ୍ଚୁଛି ସେ...

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି। କରୋନାର କରାଳ ରୂପ ଏ ଶିଳ୍ପ ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ଖାଲି ଯେ ରୋଜଗାର ଛଡ଼ାଇ […]

h-876

Tapas Behera
  • Published: Tuesday, 05 May 2020
  • , Updated: 05 May 2020, 09:43 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର।

ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି। କରୋନାର କରାଳ ରୂପ ଏ ଶିଳ୍ପ ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ଖାଲି ଯେ ରୋଜଗାର ଛଡ଼ାଇ ନେଇଛି ତା ନୁହେଁ, ବରଂ ସେମାନଙ୍କ ଭବିଷ୍ୟତ ଜୀବନ-ଜୀବିକା ଉପରେ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ବେଳକୁ ଝଲସୁଥିଲା ମଞ୍ଚ ଲାଇଟ। ସାଉଣ୍ଡ୍ ଆଉ କଳାକାରଙ୍କ ଅଭିନୟରେ କମ୍ପୁଥିଲା ପେଣ୍ଡାଲ। ହେଲେ ଆଜି ସେ ଦିନ ନାହିଁ। ଲକଡାଉନ୍ କଟକଣା ପାଇଁ ସମ୍ପୂର୍ଣ୍ଣ ହଜି ଯାଇଛି ଓଡ଼ିଶାର ଯାତ୍ରା ମଞ୍ଚ। ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ଏ ଶିଳ୍ପରେ ସତେ ଯେମିତି ଲାଗି ଯାଇଛି ଗ୍ରହଣ।

କେବଳ ବର୍ଷା ଦୁଇମାସକୁ ଛାଡ଼ି ଯାତ୍ରା କଳାକାରଙ୍କୁ ବର୍ଷ ତମାମ ଫୁରୁସତ ନଥାଏ। ହେଲେ ଏ ଗ୍ରୀଷ୍ଣ ଅବକାଶରେ ଠିକ୍ ବେପାର ସମୟରେ ହିଁ କାଳ ସାଜିଲା କରୋନା। ଶହ ଶହ ପାର୍ଟି, ହଜାର ହଜାର କଳାକାର ଆଉ ଏ ଶିଳ୍ପ ଉପରେ ନିର୍ଭର କରୁଥିବା ଅସଂଖ୍ୟ ପେଷାଦାରଙ୍କ ଜୀବନ-ଜୀବିକା ଆଗରେ ଟାଣି ଦେଇଛି ଲକ୍ଷ୍ଣଣରେଖା।

ଆଜିକୁ ମାସ ମାସ ଧରି ଯାତ୍ରା କଳାକାରଙ୍କ ହାତ ଖାଲି କେବଳ ହାତ ଗଣତି କିଛି ବଡ଼ କଳାକାରଙ୍କୁ ବାଦ ଦେଲେ, ଫି ଦିନ ରାତିରେ ମୁହଁରେ ରଙ୍ଗ ମାଖିଲେ ଯେଉଁମାନଙ୍କ କୁଟୁମ୍ବ ଚଳେ, ସେମାନଙ୍କ ଅବସ୍ଥା ଅତି ଦୟନୀୟ।

ଜୀବନ ସାରା ଲୋକଙ୍କ ମନୋରଞ୍ଜନ କରି ସେଇଥିରୁ ତେଲଲୁଣ ସଂସାର ଚଳାଉଥିବା ଯାତ୍ରା କଳାକାରଙ୍କ ଏ ଦୁସ୍ଥିତି ବେଳେ ସହାୟତା କରିବାକୁ ସରକାରଙ୍କ ଆଗେଇ ଆସିବା ଉଚିତ ବୋଲି ଦାବି ରଖନ୍ତି ବହୁ କଳାକାର ଓ ଯାତ୍ରା ଅନୁଷ୍ଠାନ କର୍ମକର୍ତ୍ତା।

ତେବେ ଏତେ ଦିନ ଧରି ବୃତ୍ତିରେ ସିନା ଡୋରୀ ଲାଗିଛି, ହେଲେ ପ୍ରବୃତ୍ତିକୁ କିନ୍ତୁ ପାଶୋରି ପାରୁ ନାହାନ୍ତି ଅଭିନେତା-ଅଭିନେତ୍ରୀ। ମଞ୍ଚରେ ନହେଲେ ବି ଆମ କ୍ୟାମେରା ସାମ୍ନାରେ ଦି ପଦ ସଂଳାପ କହିବାକୁ ଭୁଲି ନାହାନ୍ତି ବହୁ କଳାକାର।

Related story