ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

<p>ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ପାର୍ବତୀ ଗଣନାଟ୍ୟର କଳାକାର ଦମ୍ପତିଙ୍କୁ ଛୁରାମାଡ଼ ହୋଇଛି। ସେହି ଯାତ୍ରା ପାର୍ଟିର ଅନ୍ୟ ଜଣେ କଳାକାର ଏହି ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।</p> <p>ଗତ ରାତିରେ କୌଣସି ଏକ କାରଣକୁ ନେଇ ଏହି ଦମ୍ପତିଙ୍କ ସହ ଉକ୍ତ କଳାକାରଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ସକାଳେ ସେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Sunday, 12 November 2017
  • Updated: 12 November 2017, 12:50 PM IST

Sports

Latest News

<p>ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ପାର୍ବତୀ ଗଣନାଟ୍ୟର କଳାକାର ଦମ୍ପତିଙ୍କୁ ଛୁରାମାଡ଼ ହୋଇଛି। ସେହି ଯାତ୍ରା ପାର୍ଟିର ଅନ୍ୟ ଜଣେ କଳାକାର ଏହି ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।</p><p>ଗତ ରାତିରେ କୌଣସି ଏକ କାରଣକୁ ନେଇ ଏହି ଦମ୍ପତିଙ୍କ ସହ ଉକ୍ତ କଳାକାରଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ସକାଳେ ସେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos