ପାଇଖାନା ଟାଙ୍କିରୁ ବିପୁଳ ପରିମାଣରେ ଗୁଳି ଜବତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ଶିଳ୍ପ କେନ୍ଦ୍ର ପଛପଟରେ ଥିବା ଏକ ପାଇଖାନା ଟାଙ୍କିରୁ ବିପୁଳ ପରିମାଣରେ ଗୁଳି ଜବତ କରାଯାଇଛି। ଏହି ଗୁଳି ପାଇଖାନା ଟାଙ୍କିରେ ଥିବା ଏକ ପ୍ଲାଷ୍ଟିକ ଡବା ଭିତରୁ ଜବତ କରାଯାଇଛି।

କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଶିଳ୍ପକେନ୍ଦ୍ରର ପାଇଖାନା ଟାଙ୍କିରେ ଗତକାଲି ସଂଧ୍ୟାରେ ଜଣେ ବ୍ୟକ୍ତି ପାଇଖାନା ଟାଙ୍କି ଦେଖିଥିଲେ। ପରେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ଟିମ୍ ଆଜି ଘଟଣାସ୍ଥଳରେ ପାଇଖାନା ଟାଙ୍କି ଭିତରୁ ପୌର କର୍ମଚାରୀଙ୍କ ସହାୟତାରେ ୪୦୦ରୁ ଅଧିକ ଗୁଳି ଜବତ କରିଥିଲା। ତେବେ ପାଇଖାନା ଟାଙ୍କି ଭିତରକୁ ଏତେ ପରିମାଣର ଗୁଳି ଆସିଲା କେଉଁଠୁ ? କିଏ ଏବଂ କାହିଁକି ଏହି ଗୁଳିକୁ ପାଇଖାନା ଟାଙ୍କି ଭିତରେ ଫିଙ୍ଗିଦେଇଛନ୍ତି ? କୋରାପୁଟ ଅତିରିକ୍ତ ଏସ୍‌ପି କହିଛନ୍ତି ଏସବୁ ଗୁଳି ମେଡ୍ ଇନ୍ ଲଣ୍ଡନ। ବ୍ରିଟିଶ୍ ଅମଳର ଗୁଳି, ତେଣୁ ବ୍ୟବହାର ଉପଯୋଗୀ ହୋଇନପାରିବାରୁ ତାଙ୍କୁ କିଏ ଫିଙ୍ଗି ଦେଇଥାଇପାରନ୍ତି।