‘ଲୋକଙ୍କୁ ଠକୁଛନ୍ତି ସୁନା ଦୋକାନୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନାକୁ ନେଇ ସାଂଘାତିକ ତଥ୍ୟ ପଦାକୁ ଆସିଛି। ୧୪ କ୍ୟାରେଟ ଦେଇ ୨୨ କ୍ୟାରେଟର ଦାମ୍ ନେଉଛନ୍ତି ବ୍ୟବସାୟୀ। ରାଜ୍ୟବ୍ୟାପୀ ସୁନା ଦୋକାନ ଉପରେ ଚଢ଼ଉ ସମ୍ପର୍କରେ ସୂଚନା ଦେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ, ବଡ଼ ବଡ଼ ଦୋକାନୀ ଓଜନରେ ଠକୁଛନ୍ତି। ଅପମିଶ୍ରଣ କରୁଛନ୍ତି। ରାଜ୍ୟରେ ୬ଟି ସହରରେ ଗତ ୨୨ତାରିଖରୁ ୨୫ ତାରିଖ ମଧ୍ୟରେ ୪୫ଟି ସୁନା ଦୋକାନରେ […]

Jewellery-shops-in-#Odisha-cheating-consumers-in-weight-&-purity

Jewellery-shops-in-#Odisha-cheating-consumers-in-weight-&-purity

Manoranjan Sial
  • Published: Saturday, 30 November 2019
  • Updated: 30 November 2019, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନାକୁ ନେଇ ସାଂଘାତିକ ତଥ୍ୟ ପଦାକୁ ଆସିଛି। ୧୪ କ୍ୟାରେଟ ଦେଇ ୨୨ କ୍ୟାରେଟର ଦାମ୍ ନେଉଛନ୍ତି ବ୍ୟବସାୟୀ। ରାଜ୍ୟବ୍ୟାପୀ ସୁନା ଦୋକାନ ଉପରେ ଚଢ଼ଉ ସମ୍ପର୍କରେ ସୂଚନା ଦେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସେ କହିଛନ୍ତି ଯେ, ବଡ଼ ବଡ଼ ଦୋକାନୀ ଓଜନରେ ଠକୁଛନ୍ତି। ଅପମିଶ୍ରଣ କରୁଛନ୍ତି। ରାଜ୍ୟରେ ୬ଟି ସହରରେ ଗତ ୨୨ତାରିଖରୁ ୨୫ ତାରିଖ ମଧ୍ୟରେ ୪୫ଟି ସୁନା ଦୋକାନରେ ରେଡ୍ ହୋଇଛି। ସୁନା ଦୋକାନୀ ଗ୍ରାହକଙ୍କୁ ଠକିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ଏହି ସମୟ ମଧ୍ୟରେ ମୋଟ ୩ ଲକ୍ଷ ୭୭ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱରରେ ଏସବୁ ଚଢଉ ହୋଇଛି।

ଆସନ୍ତା ଜାନୁଆରୀ ୨୦ ତାରିଖରେ ଭାରତ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିବେ। ସେହି ଅନୁସାରେ ସମସ୍ତ ସୁନା ଦୋକାନୀ BIS ଓ ହଲ୍‌ମାର୍କ ଲେଖିବାକୁ ବାଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos