ବୈପାରିଗୁଡ଼ା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା: ସ୍ଥିତି ଅନୁଧ୍ୟାନ କଲେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

ଜୟପୁର: କୋରାପୁଟ ବୈପାରିଗୁଡ଼ା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା ପରେ ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, କୋରାପୁଟ ଏସପି ଚରଣ ସିଂହ ମିନାଙ୍କ ଏବଂ ବିଏସଏଫର ଉଚ୍ଚ ପଦାଧିକାରୀ ମଧ୍ୟ କୋରାପୁଟ ଯାଇଛନ୍ତି। ଶୁକ୍ରବାର ବୈପାରୀଗୁଡ଼ା ଥାନା ଅଞ୍ଚଳର ରାମଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସ୍ଏଫ୍ ଯବାନ୍ ଶିବାଶିଷ ପଣ୍ଡା ଓ ଡେପୁଟି କମାଣ୍ଡାଣ୍ଟ ସୁନୀଲ୍ ବେହେରା ସହିଦ ହୋଇଥିଲେ। […]

samendra

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 08:02 AM IST

ଜୟପୁର: କୋରାପୁଟ ବୈପାରିଗୁଡ଼ା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା ପରେ ଆଇଜି ଅପରେସନ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, କୋରାପୁଟ ଏସପି ଚରଣ ସିଂହ ମିନାଙ୍କ ଏବଂ ବିଏସଏଫର ଉଚ୍ଚ ପଦାଧିକାରୀ ମଧ୍ୟ କୋରାପୁଟ ଯାଇଛନ୍ତି।

ଶୁକ୍ରବାର ବୈପାରୀଗୁଡ଼ା ଥାନା ଅଞ୍ଚଳର ରାମଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସ୍ଏଫ୍ ଯବାନ୍ ଶିବାଶିଷ ପଣ୍ଡା ଓ ଡେପୁଟି କମାଣ୍ଡାଣ୍ଟ ସୁନୀଲ୍ ବେହେରା ସହିଦ ହୋଇଥିଲେ। କାଳିଆଝୁଲା ଜଙ୍ଗଲରେ ୧୪୩ ବିଏସଏଫ୍ ଯବାନ କମ୍ୱିଂ ଅପରେସନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

Related story