ଝାରସୁଗୁଡ଼ା ବିମାନ ବନ୍ଦର ସମ୍ମୁଖରେ ଧାରଣା ଦେଲେ ନବ ଦାସ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ବିମାନ ବନ୍ଦର ସେପ୍ଟେମ୍ୱର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ। ଏପରିକି ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଥିଲା। ହେଲେ ଲୋକାର୍ପିତ ହେବାର ୧୩ ଦିନ ପରେ ମଧ୍ୟ ବିମାନରୁ ଉଡ଼ାଣ ଆରମ୍ଭ ହୋଇନାହିଁ। ଏପରିକି ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇନାହିଁ। ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଓ ବିଣିଜ୍ୟ ଭିତ୍ତିକ ବିମାନ ଚଳାଚଳ ଦାବି […]

jharsuguda-air-port

Manoranjan Sial
  • Published: Tuesday, 23 October 2018
  • , Updated: 23 October 2018, 07:24 PM IST

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ବିମାନ ବନ୍ଦର ସେପ୍ଟେମ୍ୱର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ। ଏପରିକି ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଥିଲା। ହେଲେ ଲୋକାର୍ପିତ ହେବାର ୧୩ ଦିନ ପରେ ମଧ୍ୟ ବିମାନରୁ ଉଡ଼ାଣ ଆରମ୍ଭ ହୋଇନାହିଁ। ଏପରିକି ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇନାହିଁ।

ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଓ ବିଣିଜ୍ୟ ଭିତ୍ତିକ ବିମାନ ଚଳାଚଳ ଦାବି କରି ଆଜି ସ୍ଥାନୀୟ ବିଧାୟକ ନବ ଦାସ ଧାରଣା ଦେଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ରିଲେ ଅନଶନରେ ବସିବେ ବୋଲି ଜଣାପଡ଼ିଛି।

Related story