ବେଲପାହାଡ଼ ଅଞ୍ଚଳବାସୀଙ୍କୁ କୋଇଲା ଟ୍ରକ୍‌ କାଳ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ସହରାଞ୍ଚଳରେ ଶହ ଶହ କୋଇଲା ଟ୍ରକ୍ ଯାତାୟତକୁ ନେଇ ଅସନ୍ତୋଷ ବଢୁଛି। ଗୁମାଡେରା ରାସ୍ତାକୁ କୋଲ କରିଡ଼ର ନିର୍ମାଣ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗର ନିର୍ଦ୍ଦେଶ ସତ୍ତ୍ୱେ ଏମସିଏଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ସହରରେ ମଧ୍ୟରେ ଯାତାୟତ କରୁଥିବା  କୋଇଲା ଟ୍ରକକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ତେଣୁ ଏହାର ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ,ଏମସିଏଲ, ବେଲପାହାଡ଼ ନାଗରିକ ମଞ୍ଚ ଓ ଟ୍ରକ ମାଲିକ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 09:43 AM IST

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ସହରାଞ୍ଚଳରେ ଶହ ଶହ କୋଇଲା ଟ୍ରକ୍ ଯାତାୟତକୁ ନେଇ ଅସନ୍ତୋଷ ବଢୁଛି। ଗୁମାଡେରା ରାସ୍ତାକୁ କୋଲ କରିଡ଼ର ନିର୍ମାଣ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗର ନିର୍ଦ୍ଦେଶ ସତ୍ତ୍ୱେ ଏମସିଏଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ସହରରେ ମଧ୍ୟରେ ଯାତାୟତ କରୁଥିବା  କୋଇଲା ଟ୍ରକକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ତେଣୁ ଏହାର ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ,ଏମସିଏଲ, ବେଲପାହାଡ଼ ନାଗରିକ ମଞ୍ଚ ଓ ଟ୍ରକ ମାଲିକ ସଂଘ  ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏମସିଏଲକୁ କୋଲ କରିଡର ରାସ୍ତା ନିର୍ମାଣ ସହ  ବେଲପାହାଡ଼ ସହର ପରିବର୍ତ୍ତେ ଅନ୍ୟ ରାସ୍ତା ଦେଇ କୋଇଲା ଟ୍ରକ୍‌ ଯାତାୟତ କରିବ ବୋଲି ସେନେଇ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲ୍ଲାପାଳ, ଏସପି ଏବଂ ଆରଟିଓ ଏମସିଏଲ ଲଖନପୁର ଖଣି କ୍ଷେତ୍ର ପରିଦର୍ଶନ କରିଥିଲେ।

Related story