ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଝରସୁଗୁଡା ଗସ୍ତରେ ଯାଇ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସକାଳ ୧୧ଟାରେ ଝାରସୁଗୁଡା ଏୟାରପୋର୍ଟଠାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଅବତରଣ କରିଥିଲେ । ସଠାରୁ ନବନିର୍ମିତ ଜିଲ୍ଲାପାଳ ଅଫିସକୁ କାର ଯୋଗେ ଯାଇ ୭ କୋଟି ଟଙ୍କ। ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହାସହ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମେଗା ଜଳସେଚନ ପ୍ରକଳ୍ପ, ଏସଟି ଏସସି ହେଷ୍ଟଲ ମଧ୍ୟ […]

New Picture (67)

New Picture (67)

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 11:44 AM IST

Sports

Latest News

navinଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଝରସୁଗୁଡା ଗସ୍ତରେ ଯାଇ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସକାଳ ୧୧ଟାରେ ଝାରସୁଗୁଡା ଏୟାରପୋର୍ଟଠାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଅବତରଣ କରିଥିଲେ । ସଠାରୁ ନବନିର୍ମିତ ଜିଲ୍ଲାପାଳ ଅଫିସକୁ କାର ଯୋଗେ ଯାଇ ୭ କୋଟି ଟଙ୍କ। ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହାସହ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମେଗା ଜଳସେଚନ ପ୍ରକଳ୍ପ, ଏସଟି ଏସସି ହେଷ୍ଟଲ ମଧ୍ୟ ଉଦଘାଟନ କରିଥିଲେ । ପରେ ଲହଣ୍ଡାବୁଡାଠାରେ ହୋଇଥିବା ବିଦ୍ୟୁତ ଗ୍ରୀଡକୁ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ କଂଗ୍ରେସ ବିଧାୟକ ନବ ଦାଶ ଓ ବିଜେପି ବିଧାୟିକା ରାଣଧାରାଣୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାପାଳ ପରମେଶ୍ୱରଂ ବି ଓ ଅନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅଫିସ ସମ୍ମୁଖରେ ହୋଇଥିବା ବିଜେଡି ସାଧାରଣ ସଭାରେ ନବୀନ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିବା ସହ ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଉପସ୍ଥିତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସାଂସଦ ପ୍ରଭାସ ସିଂ, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏ, ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ସାଧାରଣ ସଭାରେ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲା କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିବାରୁ କର୍ମୀମାନଙ୍କୁ ଆଗୁଆ ଗିରଫ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos