ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ଝାରସୁଗୁଡ଼ା ଉତ୍ତପ୍ତ ସହର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୩ଟି ସହରର ତାପାମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ହେଉଛି ଉତ୍ତପ୍ତ ସହର। ଏଠି ତାପାମାତ୍ରା ୪୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଠିକ୍ ସେହିପରି ସୋନପୁରରେ ୪୩.୯ ଡିଗ୍ରୀ, ବଲାଙ୍ଗିରରେ ୪୩.୨ ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି।
#Jharsuguda tops the list highest maximum temperature with 44°C#Sonepur 43.9°C#Bolangir 43.2°C#Titlagarh 43°C pic.twitter.com/4zORtj7HWl
— Meteorological Centre, Bhubaneswar (@mcbbsr) April 13, 2022
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୯.୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୭.୮ ଡିଗ୍ରୀ, ପାରାଦୀପରେ ୩୧.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୫ ଡିଗ୍ରୀ, ଗୋପାଳପୁରରେ ୩୦.୫ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୩୭.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୦ ଡିଗ୍ରୀ କେନ୍ଦୁଝରଗଡ଼ରେ ୩୮.୮ ଡିଗ୍ରୀ, ସମ୍ୱଲପୁରରେ ୪୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ଓ ହୀରାକୁଦରେ ତାପମାତ୍ରା ୪୦.୩ ଡିଗ୍ରୀ ରେକର୍ଡ କରାଯାଇଛି।
ଠିକ୍ ସେହିପରି ତାଳଚେରରେ ୪୧.୬ ଡିଗ୍ରୀ, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୩.୨ ଡିଗ୍ରୀ, କୋରାପୁଟରେ ୩୬.୫ ଡିଗ୍ରୀ, ଫୁଲବାଣୀରେ ୩୮.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୦ ଡିଗ୍ରୀ, ସୋନପୁରରେ ୪୩.୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୦ ଡିଗ୍ରୀ, ନୟାଗଡ଼ରେ ୩୯.୦ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୫ ଡିଗ୍ରୀ, ରାୟଗଡ଼ାରେ ୩୮.୧ ଡିଗ୍ରୀ, ଭଦ୍ରକରେ ୩୯.୦ ଡିଗ୍ରୀ ଓ ଯାଜପୁର ତାପାମାତ୍ରା ୩୮.୦ ଡିଗ୍ରୀ ରେକର୍ଡ଼ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।