ଇରାନରେ ଫସିଛନ୍ତି ଓଡ଼ିଆ ଯୁବକ, ହସ୍ତକ୍ଷେପ କଲେ ବୈଜୟନ୍ତ

କଟକ(ଓଡ଼ିଶା ରିପୋର୍ଟର): ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ସେମାନେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ […]

iran-1-1

Niharika Rout
  • Published: Saturday, 14 March 2020
  • , Updated: 14 March 2020, 01:23 PM IST

କଟକ(ଓଡ଼ିଶା ରିପୋର୍ଟର): ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ସେମାନେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ।

ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ ଚିଠି ଲେଖିଛନ୍ତି ବୈଜୟନ୍ତ। ରେହମାନ ଏକ ଘରୋଇ ନୌ ପରିବହନ କମ୍ପାନୀରେ ଯୋଗ ଦେବାପାଇଁ ଗତ ସେପ୍ଟେମ୍ବର ୨୮ ତାରିଖରେ ମୁମ୍ବାଇରୁ ଇରାନ ଯାଇଥିଲେ। ସେଠାରେ ସେ ଏକ ଜାହାଜରେ କାମ କରୁଥିଲେ। ହେଲେ କିଛି ଦିନ ହେଲା ତାଙ୍କ ସହ ପରିବାର ଲୋକଙ୍କର କୌଣସି ଯୋଗାଯୋଗ ହୋଇ ପାରୁନାହିଁ।

ଇରାନରେ କରୋନା କାୟା ମେଲାଉଥିବାବେଳେ ରେହମାନଙ୍କ ସହ ଯୋଗାଯୋଗ କରି ନ ପାରି ପରିବାର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ତାଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।

Related story