JSW ଉତ୍କଳକୁ ଅନୁମତି: ଅଣ ମୌସୁମୀରେ ଶୁଖିଲା ମହାନଦୀରୁ ନେଇଯିବ ସବୁ ଜଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କ ଲାଇଫଲାଇନ୍ ଭାବେ ମହାନଦୀ ଅଣମୌସୁମୀ ଋତୁରେ ଶୁଖିଲା ପଡ଼ୁଥିବାବେଳେ ଯେତିକି ବି ଜଳପ୍ରବାହ ରହୁଛି ତାକୁ ଶୁଖିଲା କରିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଅଣମୌସୁମୀ ସମୟରେ ମହାନଦୀ ଓ ତା’ର ଶାଖା ନଦୀ ପାଇକାରୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ସେକେଣ୍ଡ ପିଛା ୯୯.୮ କ୍ୟୁବିକ୍ ଫୁଟ୍ ପାଣି ଦେବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅକ୍ଟୋବର ୧ ତାରିଖରେ ରାଜ୍ୟ ଜଳସମ୍ପଦ ବିଭାଗ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ପାରାଦୀପର […]

Mahanadi

Mahanadi

Ordigital Desk
  • Published: Wednesday, 05 October 2022
  • Updated: 05 October 2022, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କ ଲାଇଫଲାଇନ୍ ଭାବେ ମହାନଦୀ ଅଣମୌସୁମୀ ଋତୁରେ ଶୁଖିଲା ପଡ଼ୁଥିବାବେଳେ ଯେତିକି ବି ଜଳପ୍ରବାହ ରହୁଛି ତାକୁ ଶୁଖିଲା କରିବାକୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଅଣମୌସୁମୀ ସମୟରେ ମହାନଦୀ ଓ ତା’ର ଶାଖା ନଦୀ ପାଇକାରୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ସେକେଣ୍ଡ ପିଛା ୯୯.୮ କ୍ୟୁବିକ୍ ଫୁଟ୍ ପାଣି ଦେବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ଅକ୍ଟୋବର ୧ ତାରିଖରେ ରାଜ୍ୟ ଜଳସମ୍ପଦ ବିଭାଗ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ପାରାଦୀପର ଢ଼ିଙ୍କିଆଠାରେ ତା’ର ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ୩ବର୍ଷ ପାଇଁ ୯୯.୮ କ୍ୟୁସେକ୍ ଜଳ ଆବଂଟନ ନିମନ୍ତେ ଅନୁମତି ଦେଇଛନ୍ତି । ଯେଉଁ ଦିନଠୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେହିଦିନଠୁ ଉକ୍ତ ଶିଳ୍ପ ସଂସ୍ଥାକୁ ସେହି ପରିମାଣର ଜଳ ଯୋଗାଇ ଦିଆଯିବ । ତେବେ ଆଶ୍ଚର୍ଯ୍ୟର କଥା ସରକାର ନାବାର୍ଡ ସହାୟତାରେ ଜଗତସିଂହପୁର ଜିଲ୍ଲାର ଚୌଧୁରୀଗଡ଼ାଠାରେ ମହାନଦୀରେ ଓ କେନ୍ଦ୍ରାପଡ଼ାର ଟିକିରିଠାରେ ପାଇକା ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର ନିର୍ମାଣ କରି ଶିଳ୍ପ ପାଇଁ ମୋଟ ୧୦୦କ୍ୟୁସେକ୍ ଜଳ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ସେଥିରୁ ପ୍ରାୟତଃ ସମସ୍ତ ଜଳ(୯୯.୮କ୍ୟୁସେକ୍ ଜଳ) କେବଳ ଜେଏସଡବ୍ଲ୍ୟୁ ଉତ୍କଳକୁ ମିଳିବ । ଯଦିଓ ପାରାଦୀପରେ ୧୦ରୁ ଉର୍ଦ୍ଧ୍ୱ ବୃହତ୍ ଶିଳ୍ପ ଏବେବି ନିଜର ଜଳ ଆବଶ୍ୟକତା ପୂରଣ ନିମନ୍ତେ ସରକାରଙ୍କ ଉପରେ ନିର୍ଭରଶୀଳ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜଳ ସଂରକ୍ଷଣ କରି ରଖିବାରେ ନିଜର ଅପାରଗତା ଓ ଛତିଶଗଡ଼ ସରକାର ଦ୍ୱାରା ଉପରମୁଣ୍ଡରେ ଅଧିକ ସଂଖ୍ୟକ ବ୍ୟାରେଜ୍ ନିର୍ମାଣ ଯୋଗୁ ଓଡ଼ିଶାବାସୀଙ୍କ ଲାଇଫଲାଇନ୍ ମହାନଦୀ ଗତ ଦେଢ଼ଦଶନ୍ଧି ଧରି କ୍ରମାଗତ ଭାବେ ଅଣମୌସୁମୀ ଋତୁରେ ଶୁଖିଲା ପଡ଼ୁଛି । ବିଳମ୍ବରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ତଥା ନାବାର୍ଡ ସହାୟତାରେ ୧୧୭୦୦କୋଟି ଟଙ୍କା ବ୍ୟୟରେ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ମୋଟ ୪୬ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିରୁ ଦୁଇଟି ଷ୍ଟୋରେଜ୍ ଜଗତସିଂହପୁର ଜିଲ୍ଲାର ଚୌଧୁରୀଗଡ଼ାଠାରେ ଓ କେନ୍ଦ୍ରାପଡ଼ାର ପାଇକା ନଦୀରେ ଟିକିରିଠାରେ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଦୁଇଟି ଷ୍ଟୋରେଜର ମୋଟ କ୍ଷମତା ପ୍ରାୟ ୫୧.୦୩ ମିଲିୟନ କ୍ୟୁବିକ୍ ମିଟର ରଖିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏହି ଦୁଇ ଷ୍ଟୋରେଜରୁ ଶିଳ୍ପସଂସ୍ଥାକୁ ୧୦୦କ୍ୟୁସେକ୍ ଜଳ ଦେବାକୁ ଡିପିଆର ପ୍ରସ୍ତୁତ ହୋଇଥିବାବେଳେ ଅଣମୌସୁମୀ ସମୟରେ ଏହି ଷ୍ଟୋରେଜରେ ୮୦ କ୍ୟୁସେକ୍ ଜଳ ପ୍ରବାହ ହେବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି । ୨୦୨୪ ଜାନୁୟାରୀ ସୁଦ୍ଧା ଏହି ଦୁଇ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ମାତ୍ର ଏହା ପୂର୍ବରୁ ଗତ ୪ଦିନ ପୂର୍ବରୁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ତା’ର ଢିଙ୍କିଆ ପ୍ରକଳ୍ପ ନିମନ୍ତେ ଉକ୍ତ ଦୁଇ ଷ୍ଟୋରେଜର ଶିଳ୍ପ ପାଇଁ ଉଦ୍ଦିଷ୍ଟ ସମସ୍ତ ଜଳକୁ ଅଣମୌସୁମୀ ସମୟରେ ଦେବାକୁ ଲିଖିତ ଅନୁମତି ଦେଇଛନ୍ତି । ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଯେବେ ତା’ର ଢିଙ୍କିଆ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ କରିବ ସେବେଠୁ ସେ ଏହି ଜଳ ଉପଯୋଗ କରିପାରିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ଅନୁମତି ପତ୍ରରେ ଉଲ୍ଲେଖ ରହିଛି ।
ତେବେ ପ୍ରଶ୍ନ ଉଠୁଛି, ମହାନଦୀରେ ଅଣମୌସୁମୀ ଋତୁରେ ଜଳପ୍ରବାହ ହ୍ରାସ ପାଉଥିବାବେଳେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର ନିର୍ମାଣ କରି ରାଜ୍ୟ ସରକାର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ପାନୀୟ ଜଳ ଯୋଗାଣ ସହ ଚାଷ ପାଇଁ ଜଳସେଚନ ସୁବିଧାକୁ ପ୍ରାଥମିକତା ଦେବା ପରିବର୍ତ୍ତେ ଶିଳ୍ପ ପାଇଁ ଏହି ଷ୍ଟୋରେଜ୍ ପ୍ରକଳ୍ପରୁ ୧୦୦କ୍ୟୁସେକ୍ ଜଳ ସଂରକ୍ଷିତ ରଖି ସେସବୁକୁ କେବଳ ଜେଏସଡବ୍ଲ୍ୟୁକୁ ଦେବା ପରୋକ୍ଷରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହଘେରକୁ ଟାଣି ଦେଉଛି ।

ଜେଏସଡବ୍ଲ୍ୟୁ ଭଳି ଆନ୍ତର୍ଜାତିକ ଶିଳ୍ପ ସଂସ୍ଥା ଚାହିଁଲେ ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ସମୁଦ୍ର ଜଳକୁ ପ୍ୟୁରିଫାଏ କରି ନିଜ କାର୍ଯ୍ୟରେ ଉପଯୋଗ କରିପାରନ୍ତା । ଆଉ ମହାନଦୀ ଓ ତା’ର ଶାଖା ନଦୀରେ ତଳମୁଣ୍ଡ ନିର୍ମାଣ ହେଉଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚରରୁ ଜଳ ସାଧାରଣ ଲୋକଙ୍କ ଆବଶ୍ୟକତା ଓ ଚାଷ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଉପଯୋଗ ହୋଇପାରନ୍ତା । ଆଉ ଏହି ଦୁଇ ଷ୍ଟ୍ରକଚରରୁ ୧୦୦କ୍ୟୁସେକ୍ ଜଳକୁ କେବଳ ଜେଏସଡବ୍ଲ୍ୟୁକୁ ନଦେଇ ମଧ୍ୟ ସରକାର ଅନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ବି ଭାଗଭାଗ କରିପାରନ୍ତେ । ମାତ୍ର ରାଜ୍ୟ ସରକାର ଏସବୁ ପ୍ରତି ଆଖିବୁଜି ଦେଇଛନ୍ତି ।

ସୂଚନାଯୋଗ୍ୟ, ମହାନଦୀରେ ଜଳପ୍ରବାହ ଅଣମୌସୁମୀ ଋତୁରେ ୨୦୧୬-୧୭ରେ ୬୫%, ୨୦୧୭-୧୮ରେ ୬୧% , ୨୦୧୮-୧୯ରେ ୫୭% ଓ ୨୦୧୯-୨୦ରେ ୩୦% ହ୍ରାସ ପାଇଛି । ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାର ଲୋକେ ମହାନଦୀ ଉପରେ ନିର୍ଭରଶୀଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story