ନବୀନ ସରକାରରେ ଆଦିବାସୀ ଶୋଷିତ ହେଉଛନ୍ତି: ଜୁଏଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଦିବାସୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍। ନବୀନ ସରକାର ଅମଳରେ ଆଦିବାସୀମାନେ ଶୋଷିତ ହେଉଛନ୍ତି। କନ୍ୟାଶ୍ରମ ଓ ଆଶ୍ରମରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି। ଲଘୁ ବନଜାତ ଦ୍ରବ୍ୟ ପାଇଁ କେନ୍ଦ୍ର ସରକାର ୫୦୦ କୋଟିରୁ ଅଧିକ ଟଙ୍କା ଦେଇଥିଲେ ମଧ୍ୟ ତାହାର ସଦୁପଯୋଗ କରାଯାଉନାହିଁ ବୋଲି ଜୁଏଲ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଅର୍ଥ ମଂଜୁର କରୁନାହାନ୍ତି ବୋଲି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗମନ୍ତ୍ରୀ ରମେଶ ମାଝି ଅଭିଯୋଗ କରିଛନ୍ତି।