କଟକ: ଯୁବ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

କଟକ: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ପତଣ୍ଡା ଗାଁରେ ଜଣେ ଯୁବ ଚାଷୀ ଗୁରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଜୟ ପ୍ରଧାନ। ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପ୍ରଥମେ ତାଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ […]

cuttack

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 08:21 AM IST

କଟକ: କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ପତଣ୍ଡା ଗାଁରେ ଜଣେ ଯୁବ ଚାଷୀ ଗୁରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଜୟ ପ୍ରଧାନ। ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପ୍ରଥମେ ତାଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ସେ ପ୍ରାୟ ଦେଢ ଲକ୍ଷ ଟଙ୍କା ହାତ ଉଧାରି କରିଥିଲେ। ଗାଁ ଲୋକେ ସଞ୍ଜୟଙ୍କ ବାପାଙ୍କୁ ବାରମ୍ୱାର ଟଙ୍କା ମାଗୁଥିଲେ। ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।

Related story