ନଦୀକୁ ପ୍ରେମୀ ଯୁଗଳ ଡେଇଁବା ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସୁବର୍ଣ୍ଣରେଖା ନଦୀକୁ  ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବିଷ୍ଣୁପୁରର ନୀଳିମା ସେଠୀ। ଆଜି ଦମକଳବାହିନୀ ନୀଳିମାଙ୍କ ମୃତଦେହ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ନିଖୋଜ ଯୁବକ ସୌମ୍ୟରଞ୍ଜନ ଧଳଙ୍କ ପତ୍ତା ମିଳିନାହିଁ। ନୀଳିମା ଓ ସୌମ୍ୟରଞ୍ଜନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲାବୋଲି କୁହାଯାଉଛି। ସେମାନଙ୍କ ବିବାହକୁ ପରିବାର ଲୋକେ ବିରୋଧ କରୁଥିଲେ। ଗତକାଲି ଉଭୟେ ନଦୀକୁ ଡେଇଁ ଆତ୍ମହତ୍ୟା […]

balasore

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 02:55 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସୁବର୍ଣ୍ଣରେଖା ନଦୀକୁ  ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବିଷ୍ଣୁପୁରର ନୀଳିମା ସେଠୀ। ଆଜି ଦମକଳବାହିନୀ ନୀଳିମାଙ୍କ ମୃତଦେହ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ନିଖୋଜ ଯୁବକ ସୌମ୍ୟରଞ୍ଜନ ଧଳଙ୍କ ପତ୍ତା ମିଳିନାହିଁ।

ନୀଳିମା ଓ ସୌମ୍ୟରଞ୍ଜନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲାବୋଲି କୁହାଯାଉଛି। ସେମାନଙ୍କ ବିବାହକୁ ପରିବାର ଲୋକେ ବିରୋଧ କରୁଥିଲେ। ଗତକାଲି ଉଭୟେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ।

Related story