ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବାର ସୁବିଧା ରହିଛି। ଅନଲାଇନ ପାଇଁ ଆବେଦନର ଶେଷ ତାରିଖ ୬ ଜୁଲାଇ ଓ ଅଫଲାଇନ ପାଇଁ ଶେଷ ତାରିଖ ଜୁଲାଇ ୭ ତାରିଖ ରହିଛି। ଜୁଲାଇ ୧୫ରେ ପ୍ରଥମ କଟ ଅଫ ତାଲିକା ପ୍ରକାଶ ପାଇବ। ୧୬ ରୁ ୨୦ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଆଡମିଶନ। ଗୋଟିଏ ଫର୍ମରେ ଛାତ୍ରଛାତ୍ରୀ ୧୦ ଟି କଲେଜ ପାଇଁ ଆବେଦନ କରିପାରିବେ । ଆଡମିଶନ ସଂପର୍କିତ ସୂଚନା ଓ ସହାୟତା ପାଇଁ ରାଜ୍ୟର ପ୍ରମୁଖ କଲେଜ ଗୁଡିକରେ ସାମସ୍ ସେଣ୍ଟର ଖୋଲାଯାଇଥିବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।