କୃତଘ୍ନ ଗଜରାଜ: ରକ୍ଷାକର୍ତ୍ତାଙ୍କୁ ମାରିଦେଲା

<p>କାମାକ୍ଷାନଗର: (ଓଡ଼ିଶା ରିପୋର୍ଟର): ମୃତ୍ୟ। ଜୀବନର ଏହି ଅନ୍ତିମ ସମୟଟି କାହା ଭାଗ୍ୟରେ କେଉଁଠି ଉପନୀତ ହେବ ତାହା ଏକ ଅସମାହିତ ପ୍ରଶ୍ନ। ଏମିତିକି ମୃତ୍ୟୁମୁଖରେ ପଡ଼ିଥିବା ଜୀବଟି ଯେ, ନିଜର ଉଦ୍ଧାରକାରୀ ପାଇଁ ମୃତ୍ୟୁ ରୂପକ ଯମ ପାଲଟିପାରେ&nbsp; ତାହା ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣାରୁ ପ୍ରମାଣିତ ହୋଇଛି। କୃତଜ୍ଞତାର ଫଳ ସୂରୁପ ମିଳିଛି କୃତଘ୍ନତାର ଜଘନ୍ୟ ପୁରସ୍କାର । ଏକ ଖାଲରେ ଫସିଥିବା ଦନ୍ତା ହାତୀଙ୍କୁ ବଞ୍ଚାବାକୁ ଯାଇଥିବା ଜଣେ ବନ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ&nbsp; ହୋଇଛି।&nbsp; ଫସି ଥିବା ଦନ୍ତାହାତୀତକୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ବନ କର୍ମଚାରୀ ।ଢେଙ୍କାନାଳ ବନଖଣ୍ଡ&nbsp; ଅଧିନ ପୁରୁଣାପାଣି ପଶି ଜଙ୍ଗଲରେ ଏହି ଅଘଟଣ ଘଟିଛି। &nbsp;ମହାବିରୋଡ୍ ରେଞ୍ଜ୍ ଦଦରାଘାଟି ଫରେଷ୍ଟ ରେଞ୍ଜରୁ &nbsp;ଚାଲି ଆସଥିବା ଏକ ଦନ୍ତାହାତୀ ପୁରୁଣାପାଣି ପଶିରେ ଏକ ଖାଲରେ ଫସି ଯାଇଥିଲା।</p> <p>ପାଣି କାଦୁଅରୁ ହାତୀଟି ଉପରକୁ ଉଠି ପାରୁ ନ ଥିବା ଖବର ପାଇ ମହାବିରୋଡ୍ ରେଞ୍ଜର ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ । ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିବା ବେଳେ ହାତୀଟି ଗତରେଇ ବିଟ୍ର ଫରେଷ୍ଟ ଗାର୍ଡ୍ ଗିରିଶ ବିଶ୍ୱାଳଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗିରିଶଙ୍କ ମୃତ୍ୟୁ ହୋଇ ଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ରେଞ୍ଜରଙ୍କୁ ଅଟକ ରଖିବା ସହ ହାତୀ ଘଉଡ଼ାଇବାକୁ ଦାବି କରିଛନ୍ତି। &nbsp;ସେପଟେ ଦନ୍ତାଟି ଏବେ ଖାଲରୁ ଉଠି ସ୍ଥାନୀୟ ଅଞ୍ଚଳରେ ମାତି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 05:56 PM IST

Sports

Latest News

<p>କାମାକ୍ଷାନଗର: (ଓଡ଼ିଶା ରିପୋର୍ଟର): ମୃତ୍ୟ। ଜୀବନର ଏହି ଅନ୍ତିମ ସମୟଟି କାହା ଭାଗ୍ୟରେ କେଉଁଠି ଉପନୀତ ହେବ ତାହା ଏକ ଅସମାହିତ ପ୍ରଶ୍ନ। ଏମିତିକି ମୃତ୍ୟୁମୁଖରେ ପଡ଼ିଥିବା ଜୀବଟି ଯେ, ନିଜର ଉଦ୍ଧାରକାରୀ ପାଇଁ ମୃତ୍ୟୁ ରୂପକ ଯମ ପାଲଟିପାରେ&nbsp; ତାହା ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣାରୁ ପ୍ରମାଣିତ ହୋଇଛି। କୃତଜ୍ଞତାର ଫଳ ସୂରୁପ ମିଳିଛି କୃତଘ୍ନତାର ଜଘନ୍ୟ ପୁରସ୍କାର । ଏକ ଖାଲରେ ଫସିଥିବା ଦନ୍ତା ହାତୀଙ୍କୁ ବଞ୍ଚାବାକୁ ଯାଇଥିବା ଜଣେ ବନ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ&nbsp; ହୋଇଛି।&nbsp; ଫସି ଥିବା ଦନ୍ତାହାତୀତକୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ବନ କର୍ମଚାରୀ ।ଢେଙ୍କାନାଳ ବନଖଣ୍ଡ&nbsp; ଅଧିନ ପୁରୁଣାପାଣି ପଶି ଜଙ୍ଗଲରେ ଏହି ଅଘଟଣ ଘଟିଛି। &nbsp;ମହାବିରୋଡ୍ ରେଞ୍ଜ୍ ଦଦରାଘାଟି ଫରେଷ୍ଟ ରେଞ୍ଜରୁ &nbsp;ଚାଲି ଆସଥିବା ଏକ ଦନ୍ତାହାତୀ ପୁରୁଣାପାଣି ପଶିରେ ଏକ ଖାଲରେ ଫସି ଯାଇଥିଲା।</p><p>ପାଣି କାଦୁଅରୁ ହାତୀଟି ଉପରକୁ ଉଠି ପାରୁ ନ ଥିବା ଖବର ପାଇ ମହାବିରୋଡ୍ ରେଞ୍ଜର ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ । ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିବା ବେଳେ ହାତୀଟି ଗତରେଇ ବିଟ୍ର ଫରେଷ୍ଟ ଗାର୍ଡ୍ ଗିରିଶ ବିଶ୍ୱାଳଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗିରିଶଙ୍କ ମୃତ୍ୟୁ ହୋଇ ଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ରେଞ୍ଜରଙ୍କୁ ଅଟକ ରଖିବା ସହ ହାତୀ ଘଉଡ଼ାଇବାକୁ ଦାବି କରିଛନ୍ତି। &nbsp;ସେପଟେ ଦନ୍ତାଟି ଏବେ ଖାଲରୁ ଉଠି ସ୍ଥାନୀୟ ଅଞ୍ଚଳରେ ମାତି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos