ଜୁନ୍ ଶେଷ ସୁଦ୍ଧା ସରିବ ବୋଲଗଡ଼ ରେଳପଥ କାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ବର୍ଷକ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୟାଗଡ଼ ପର୍ଯ୍ୟନ୍ତ ରେଳପଥ କାମ ସଂପୂର୍ଣ୍ଣ ହେବ। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ରାଜୀବ ବିଷୋୟୀ। ସେ କହିଛନ୍ତି ଯେ, ଆଗାମୀ ଜୁନ ଶେଷ ସୁଦ୍ଧା ବୋଲଗଡ଼ ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟ ଶେଷ ହେବ। ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିପରି ପୂର୍ବତଟ ରେଳପଥ ଅନ୍ତର୍ଗତ ୨୮ଟି ଷ୍ଟେସନରେ […]

rala

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 07:16 AM IST

ଭୁବନେଶ୍ୱର: ଆସନ୍ତା ବର୍ଷକ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୟାଗଡ଼ ପର୍ଯ୍ୟନ୍ତ ରେଳପଥ କାମ ସଂପୂର୍ଣ୍ଣ ହେବ। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ରାଜୀବ ବିଷୋୟୀ। ସେ କହିଛନ୍ତି ଯେ, ଆଗାମୀ ଜୁନ ଶେଷ ସୁଦ୍ଧା ବୋଲଗଡ଼ ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟ ଶେଷ ହେବ। ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସେହିପରି ପୂର୍ବତଟ ରେଳପଥ ଅନ୍ତର୍ଗତ ୨୮ଟି ଷ୍ଟେସନରେ ୱାଇଫାଇ ବ୍ୟବସ୍ଥା କରାଯିବ। ଜାନୁୟାରୀ ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନକୁ ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ରେଳଯାତ୍ରା ସମୟରେ ନିର୍ଗତ ବର୍ଜ୍ୟ ବସ୍ତୁଗୁଡିକ ଟ୍ରେନ ଟ୍ରାକଗୁଡିକୁ ନଷ୍ଟ କରୁଥିବାରୁ ଟ୍ରେନରେ ବାୟୋ ଟଏଲେଟର ବ୍ୟବସ୍ଥା କରାଯିବ। ୩୦ ନଭେମ୍ୱର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ରାମେଶ୍ୱର ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Related story