ଭୁବନେଶ୍ୱର : ଚଳିତ ବର୍ଷ ଜୁନ ୧ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସଙ୍ଗେ କଳା ,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଓ ଅନ୍ୟ ୩ଟି ଜୋନ ଯଥା ସମ୍ୱଲପୁର, ବ୍ରହ୍ମପୁର ଓ ବାରିପଦାରେ ଏକାକାଳୀନ ପରୀକ୍ଷା ଫଳ ପ୍ରକାଶିତ ହେବ । ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ମୋଟ ୩ ଲକ୍ଷ ୭୨ ହଜାର ପିଲା ପରୀକ୍ଷା ଦେଇଥିଲେ ।