ଭିଜିଲାନ୍ସ ଜାଲରେ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଉଦଳା(ମାନସ ପାଣି):  ବକେୟା ବିଲ ବାବଦରେ ୧୩୦୦ ଟଙ୍କା ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ। ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛି। ସୂଚନା ଅନୁସାରେ, ଶିଶିର କୁମାର ନାୟକଙ୍କର ଏକ ଗାଡି କପ୍ତିପଦା  କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିଲା। ତେବେ ଉକ୍ତ ଗାଡିର ବକେୟା ବିଲ କରିବା ପିଇ ଶିଶିର ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ କହୁଥିବାବେଳେ ଟଙ୍କା […]

vigilance

Tapaswini Nayak
  • Published: Friday, 13 November 2020
  • , Updated: 13 November 2020, 02:53 PM IST

ଉଦଳା(ମାନସ ପାଣି):  ବକେୟା ବିଲ ବାବଦରେ ୧୩୦୦ ଟଙ୍କା ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ। ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛି।

ସୂଚନା ଅନୁସାରେ, ଶିଶିର କୁମାର ନାୟକଙ୍କର ଏକ ଗାଡି କପ୍ତିପଦା  କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିଲା। ତେବେ ଉକ୍ତ ଗାଡିର ବକେୟା ବିଲ କରିବା ପିଇ ଶିଶିର ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ କହୁଥିବାବେଳେ ଟଙ୍କା ନଦେଲେ ବିଲ ହେବ ନାହିଁ ବୋଲି କହିଥିଲେ। ଗାଡି ମାଲିକ ଏଥିପାଇଁ ବାଲେଶ୍ୱର ଭିଜିଲାନ୍ସର ଆଶ୍ରୟ ନେଇଥିଲେ।

ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ କପ୍ତିପଦା  କାର୍ଯ୍ୟାଳୟ ଯାଇ ଯୋଜନା ମୁତାବକ ଛକି ରହିଥିଲେ। ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ କପ୍ତିପଦା ଡିଭିଜନ ରଥିପୁର ନେସ୍କୋ କାର୍ଯ୍ୟାଳୟରେ ୧୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

Related story