କେନ୍ଦ୍ରାପଡା : ଗଣେଶ ପୂଜାରେ ଭାଗନେବାକୁ ଦଳିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ବାରଣ ଅଭିଯୋଗ

କେନ୍ଦ୍ରାପଡା: ଦଳିତ ଛାତ୍ରଛାତ୍ରୀଙ୍କୁ ଗଣେଶ ପୂଜାରେ ଭାଗ ନେବାକୁ ଶିକ୍ଷକଙ୍କ ବାରଣ  କରିବା ନେଇ ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ଅଣ୍ଡରାର ବନ୍ଦେ ମାତରମ୍ ହାଇସ୍କୁଲରେ। ଏ ନେଇ  ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ମୁତାବକ, ସ୍କୁଲର ଜଣେ ଶିକ୍ଷକ ପିଲାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ପୂଜାରୁ ଉଠାଇ ଦେଇଥିଲେ।  ତା’ସହ ସେହି ପିଲାମାନଙ୍କୁ ଗାଳି ଦେଇଥିଲେ।  ଏନେଇ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ପ୍ରଧାନଶିକ୍ଷକଙ୍କ […]

kadrapara

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 03:34 AM IST

କେନ୍ଦ୍ରାପଡା: ଦଳିତ ଛାତ୍ରଛାତ୍ରୀଙ୍କୁ ଗଣେଶ ପୂଜାରେ ଭାଗ ନେବାକୁ ଶିକ୍ଷକଙ୍କ ବାରଣ  କରିବା ନେଇ ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ଅଣ୍ଡରାର ବନ୍ଦେ ମାତରମ୍ ହାଇସ୍କୁଲରେ। ଏ ନେଇ  ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ମୁତାବକ, ସ୍କୁଲର ଜଣେ ଶିକ୍ଷକ ପିଲାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ପୂଜାରୁ ଉଠାଇ ଦେଇଥିଲେ।  ତା’ସହ ସେହି ପିଲାମାନଙ୍କୁ ଗାଳି ଦେଇଥିଲେ।  ଏନେଇ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ପ୍ରଧାନଶିକ୍ଷକଙ୍କ ମଧ୍ୟ ମଧ୍ୟ ପିଲାଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଡିଏସପିଙ୍କୁ ଅଭିଯୋଗର ତଦନ୍ତ ଦାୟିତ୍ୱ ଦିଆଯାଇଛି। ତେବେ ଏନେଇ ସଂପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

 

Related story