ବିଜେଡି ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ ଅସନ୍ତୁଷ୍ଟ ବିଜେଡି କର୍ମୀ

କୋଣାର୍କ (ସଞ୍ଜୟ ପତି): ଘରେ ନଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ବିଜେଡି ବିଧାୟକଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। କର୍ମୀମାନେ କଳା ପତାକା ଦେଖାଇ ବିଧାୟକଙ୍କ ବିରୋଧରେ ଶ୍ଲୋଗାନ ଦେଇଥିଲେ। ଏପରିକି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆଜି ଏମିତି ଘଟଣା ପୁରୀ ଜିଲ୍ଲା ଶୋରଭା ପଞ୍ଚାୟତରେ ଦେଖିବାକୁ ମିଳିଛି। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିଛି ପଦଯାତ୍ରା। ସେଥିପାଇଁ କାକଟପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁର ସେଠୀଙ୍କ ନେତୃତ୍ୱରେ ଶତାଧିକ […]

bjd-123

Manoranjan Sial
  • Published: Tuesday, 02 October 2018
  • , Updated: 02 October 2018, 07:11 PM IST

କୋଣାର୍କ (ସଞ୍ଜୟ ପତି): ଘରେ ନଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ବିଜେଡି ବିଧାୟକଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। କର୍ମୀମାନେ କଳା ପତାକା ଦେଖାଇ ବିଧାୟକଙ୍କ ବିରୋଧରେ ଶ୍ଲୋଗାନ ଦେଇଥିଲେ। ଏପରିକି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆଜି ଏମିତି ଘଟଣା ପୁରୀ ଜିଲ୍ଲା ଶୋରଭା ପଞ୍ଚାୟତରେ ଦେଖିବାକୁ ମିଳିଛି।

ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିଛି ପଦଯାତ୍ରା। ସେଥିପାଇଁ କାକଟପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁର ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଚନ୍ଦ୍ରଭାଗାଠାରୁ ପଦଯାତ୍ରାରେ ବାହାରିଥିଲେ। କିଛି ବାଟ ପାଦରେ ଚାଲିବା ପରେ ବାଇକ୍‌ ଶୋଭାଯାତ୍ରାରେ ଯାଉଥିଲେ। ଶୋଭାଯାତ୍ରା ଶିମିଳି ପଞ୍ଚାୟତ ପରିକ୍ରମା କରି ଶୋରଭା ପଞ୍ଚାୟତକୁ ପ୍ରବେଶ କରିବା ବେଳେ କେତେକ ବିଜେଡି କର୍ମୀ 'ସୁର ସେଠୀ ଗୋ ବ୍ୟାକ୍‌' ନାରା ଦେଇଥିଲେ। ଏପରିକି 'ସୁର ହଟାଓ କାକଟପୁର ବଞ୍ଚାଅ' ସ୍ଲୋଗାନ ଦେଇ କଳା ପତାକା ଦେଖାଇଥିଲେ।

ଜଣେ ବିକ୍ଷୋଭକାରୀ ଆଲୋକ କୁମାର ପାତ୍ର କହିଛନ୍ତି-“ସୁର ସେଠୀ ପଦ ଯାତ୍ରା କରୁନାହାନ୍ତି, ବାଇକ୍‌ ଶୋଭାଯାତ୍ରା କରୁଛନ୍ତି। ପଇସା ଦେଇ ଅନ୍ୟ ଦଳରୁ ଲୋକଙ୍କୁ ଆଣି ଏପରି କରୁଛନ୍ତି। ନିର୍ବାଚନମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉନି। ଏଥିରେ ପ୍ରକୃତ ବିଜେଡି କର୍ମୀ ହତୋତ୍ସାହିତ ଓ ମର୍ମାହତ ହୋଇଛନ୍ତି। ଏଥିପ୍ରତି ନବୀନ ପଟ୍ଟନାୟକ ନଜର ଦିଅନ୍ତୁ। ଯଦି ନଜର ନଦିଅନ୍ତି, ତାହାହେଲେ ଆଗାମୀ ଦିନରେ ସୁର ଅମାନତ ହରାଇବେ।”

Related story