କଳାହାଣ୍ଡିରେ ମାଓବାଦୀଙ୍କ ବର୍ବରକାଣ୍ଡ, ଜଣଙ୍କୁ ହତ୍ୟା,୨ଜଣଙ୍କୁ ଛାଡ଼ି ଦେଲେ

କଳାହାଣ୍ଡି: କଳାହାଣ୍ଡିରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି।ମାଓବାଦୀମାନେ ଅପହରଣ କରିନେଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ  ହତ୍ୟା କରିଥିବା ବେଳେ ଅନ୍ୟ ୨ଜଣଙ୍କୁ ଛାଡ଼ି ଦେଇଛନ୍ତି। କଳାହାଣ୍ଡି ଏସପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି। ବନମାଳି ନାୟକଙ୍କୁ ମାଓବାଦୀ ହତ୍ୟାକରି ଘର ଆଗରେ ପକାଇ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ  ହରି ପ୍ରଧାନୀ  ଓ ସୁଦର୍ଶନ ନାୟକଙ୍କୁ ଛାଡିଦେଇଛନ୍ତି। ପିଏସଓ ଚାକିରି କରିଥିବା ଜଣଙ୍କୁ ଚାକିରି ଛାଡ଼ିବାକୁ ଧମକ ଦେବା ସହ ତାଙ୍କ ଗାଡ଼ି ମାଓବାଦୀମାନେ […]

maoists

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 04:02 PM IST

କଳାହାଣ୍ଡି: କଳାହାଣ୍ଡିରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି।ମାଓବାଦୀମାନେ ଅପହରଣ କରିନେଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ  ହତ୍ୟା କରିଥିବା ବେଳେ ଅନ୍ୟ ୨ଜଣଙ୍କୁ ଛାଡ଼ି ଦେଇଛନ୍ତି। କଳାହାଣ୍ଡି ଏସପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି।

ବନମାଳି ନାୟକଙ୍କୁ ମାଓବାଦୀ ହତ୍ୟାକରି ଘର ଆଗରେ ପକାଇ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ  ହରି ପ୍ରଧାନୀ  ଓ ସୁଦର୍ଶନ ନାୟକଙ୍କୁ ଛାଡିଦେଇଛନ୍ତି। ପିଏସଓ ଚାକିରି କରିଥିବା ଜଣଙ୍କୁ ଚାକିରି ଛାଡ଼ିବାକୁ ଧମକ ଦେବା ସହ ତାଙ୍କ ଗାଡ଼ି ମାଓବାଦୀମାନେ ପୋଡ଼ି ଦେଇଛନ୍ତି।

ଗତ ୧୫ ତାରିଖରେ ମାଓବାଦୀମାନେ ପୋଲିସ୍‌ ଇନଫର୍ମର ସନ୍ଦେହରେ ଥୁଆମୂଳ ରାମପୁର ଥାନା କର୍ଲାପାଟ ଅଞ୍ଚଳରୁ  ୩ଜଣଙ୍କୁ  ମାଓବାଦୀମାନେ ଅପହରଣ କରିନେଇଥିଲେ।

Related story