ଚାଷୀଙ୍କୁ ଭୂଆଁ ବୁଲାଇଲା ବିଜେଡି ସରକାର

ବରଗଡ଼/ଜୟପୁର/ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଚାଷୀଙ୍କୁ ଠକିଲେ ସରକାର। ପିଏମ୍-କିଷାନ ଯୋଜନା ଆଳରେ ଚାଷୀଙ୍କୁ ଭୂଆଁ ବୁଲାଇଲା ବିଜେଡି ସରକାର। କାଳିଆ ଥୋପ ଦେଖାଇ ନିର୍ବାଚନ ପାର୍ ହୋଇଯିବା ପରେ ବଦଳି ଯାଇଛି କାଳିଆ ଗାଇଡ୍‌ଲାଇନ୍ । ଆଉ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ୨୦୨୦-୨୧ ଆର୍ଥିକ ବର୍ଷରୁ ଚାଷୀମାନଙ୍କୁ ବର୍ଷକୁ ରାଜ୍ୟ ସରକାର ଦେବେ ମାତ୍ର ୪ ହଜାର ଟଙ୍କା । ପୂର୍ବରୁ ୧୦ ହଜାର […]

kalia-1

Tapas Behera
  • Published: Friday, 06 December 2019
  • , Updated: 06 December 2019, 08:14 PM IST

ବରଗଡ଼/ଜୟପୁର/ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ଚାଷୀଙ୍କୁ ଠକିଲେ ସରକାର। ପିଏମ୍-କିଷାନ ଯୋଜନା ଆଳରେ ଚାଷୀଙ୍କୁ ଭୂଆଁ ବୁଲାଇଲା ବିଜେଡି ସରକାର। କାଳିଆ ଥୋପ ଦେଖାଇ ନିର୍ବାଚନ ପାର୍ ହୋଇଯିବା ପରେ ବଦଳି ଯାଇଛି କାଳିଆ ଗାଇଡ୍‌ଲାଇନ୍ । ଆଉ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ୨୦୨୦-୨୧ ଆର୍ଥିକ ବର୍ଷରୁ ଚାଷୀମାନଙ୍କୁ ବର୍ଷକୁ ରାଜ୍ୟ ସରକାର ଦେବେ ମାତ୍ର ୪ ହଜାର ଟଙ୍କା ।

ପୂର୍ବରୁ ୧୦ ହଜାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ କହିଛନ୍ତି, ପିଏମ୍-କିଷାନରେ କେନ୍ଦ୍ରର ୬ହଜାର ଓ କାଳିଆରେ ୪ ହଜାର ମିଶାଇ ଚାଷୀଙ୍କୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା ।

ଏହା ବି ସ୍ପଷ୍ଟ କରିଛନ୍ତି, ଯେହେତୁ ୨୦୧୯-୨୦ରୁ ଚାଷୀମାନେ ପିଏମ୍-କିଷାନ୍‌ରେ ସହାୟତା ପାଇବେ, ତେଣୁ ୧୯ ରବି ଋତୁ ପାଇଁ କାଳିଆ ସହାୟତା ମିଳିବ ନାହିଁ। ତେବେ କାଳିଆରେ ବଡ଼ଚାଷୀଙ୍କୁ ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ ପିଏମ୍-କିଷାନରେ ବଡ଼ ଚାଷୀଙ୍କୁ ମଧ୍ୟ ୬ ହଜାର ଟଙ୍କାର ସହାୟତା ମିଳିବ।

ସେହିପରି ପିଏମ୍-କିଷାନ ଅଧୀନରେ ସହାୟତା ପାଉନଥିବା ଭୂମିହୀନ ଭାଗଚାଷୀ କାଳିଆରେ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ସେପଟେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢୁଥିବାରୁ ଦୁଃସ୍ଥଚାଷୀଙ୍କ ପରିବାରଙ୍କ ପାଇଁ ଥିବା ସହାୟତା ବ୍ୟବସ୍ଥାକୁ କାଳିଆରୁ ବାଦ୍ ଦିଆଯାଇଛି। ସେହିପରି ପିଏମ୍-କିଷାନ ଯୋଜନା ଚାଲିବା ପର୍ଯ୍ୟନ୍ତ କାଳିଆ ଚାଲିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏପଟେ କାଳିଆ ସଂପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

କାଳିଆରେ ୧୦ ହଜାର ଓ ପିଏମ୍-କିଷାନରେ ୬ ହଜାର ମିଶାଇ ଚାଷୀଙ୍କୁ ବର୍ଷକୁ ୧୬ ହଜାର ଟଙ୍କା ମିଳୁଥିଲା । ଏବେ କିନ୍ତୁ ମିଳିବ ମାତ୍ର ୧୦ ହଜାର ଟଙ୍କା । ଯାହାକୁ ନେଇ ବଢୁଛି ଚାଷୀ ଅସନ୍ତୋଷ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପାଳନ କଲେନି ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ନଥିବା ଓ ସରକାର ଋଣ ଭାରରେ ଥିବାରୁ କାଳିଆ ଯୋଜାନରେ ଟଙ୍କା କମାଇ ସରକାର ୟୁଟର୍ଣ୍ଣ ମାରିଲେ ବୋଲି କୁହାଯାଉଛି।

Related story