ଇସିଙ୍କ ପାଖରେ ପହଞ୍ଚିଲା କାଳିଆ କଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା କାଳିଆ କଳି। ଆଦର୍ଶ ଆଚରଣବିଧି ଲାଗୁ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଦେଉଥିବା ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅଟକା ଯାଇଥିବାରୁ ଏହାକୁ ନେଇ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ନିର୍ବାଚନ କମିଶନ ବିଜେଡିର ଅଭିଯୋଗ ଗ୍ରହଣ କରିବା ସହ ଏ ପ୍ରସଙ୍ଗରେ ଖୁବଶୀଘ୍ର ରାଜ୍ୟ ସରକାର ଓ ସିଇଓଙ୍କୁ ରିପୋର୍ଟ ମାଗିବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ପୀନାକି […]

760

Tapas Behera
  • Published: Friday, 05 April 2019
  • , Updated: 05 April 2019, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା କାଳିଆ କଳି। ଆଦର୍ଶ ଆଚରଣବିଧି ଲାଗୁ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଦେଉଥିବା ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅଟକା ଯାଇଥିବାରୁ ଏହାକୁ ନେଇ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ନିର୍ବାଚନ କମିଶନ ବିଜେଡିର ଅଭିଯୋଗ ଗ୍ରହଣ କରିବା ସହ ଏ ପ୍ରସଙ୍ଗରେ ଖୁବଶୀଘ୍ର ରାଜ୍ୟ ସରକାର ଓ ସିଇଓଙ୍କୁ ରିପୋର୍ଟ ମାଗିବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ପୀନାକି ମିଶ୍ର କହିଛନ୍ତି।

ନିର୍ବାଚନ କମିଶନଙ୍କୁ ଭେଟିବା ପରେ ପିନାକୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପିଏମ୍ କିଶାନ ଯୋଜନାରେ ଏବେ ବି ହିତାଧିକାରୀଙ୍କ ନାଁ ସାମିଲ ହେଉଥିବା ବେଳେ କାଳିଆ ଯୋଜନାରେ ପୂର୍ବ ଘୋଷିତ ହିତାଧିକାରୀଙ୍କୁ ବି ଟଙ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସିଇଓ । ବିଜେପି ନେତାଙ୍କ ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଏପରି କରିଥିବା ବିଜେଡି ଅଭିଯୋଗ କରିଛି ।

Related story