କନ୍ଧମାଳ ଗ୍ରାମ ରୋଜଗାର ସେବିକା ନିଖୋଜ ମାମଲା: ଥାନାରୁ ଫାଇଲ ନେଲା କ୍ରାଇମବ୍ରାଞ୍ଚ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବିକା ମମତା ନାୟକ ନିଖୋଜ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟାଉନ ଥାନାରୁ ଫାଇଲ ନେଇଛି । ଗତବର୍ଷ ଏପ୍ରିଲରେ ଘରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଯାଇ ମମତା ଆଉ ଫେରି ନ ଥିଲେ । ଏ ନେଇ ଟାଉନ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିଲା । ତେବେ ମମତାଙ୍କ […]

pulbani

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 06:30 AM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବିକା ମମତା ନାୟକ ନିଖୋଜ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟାଉନ ଥାନାରୁ ଫାଇଲ ନେଇଛି । ଗତବର୍ଷ ଏପ୍ରିଲରେ ଘରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଯାଇ ମମତା ଆଉ ଫେରି ନ ଥିଲେ । ଏ ନେଇ ଟାଉନ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିଲା । ତେବେ ମମତାଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ପୋଲିସ ମମତାଙ୍କୁ ଖୋଜି ବାହାର କରିବାରେ ଅବହେଳା କରୁଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକେ ବିଭିନ୍ନ ଉଚ୍ଚ ପଦସ୍ଥ  ଅଧିକାରୀଙ୍କୁ ଜଣାଇବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏହି ଘଟଣାର ତଦନ୍ତ କରିବା ପାଇଁ  କ୍ରାଇମବ୍ରାଞ୍ଚ କନ୍ଧମାଳ ଏସପିଙ୍କୁ ଚିଠି  କରିଥିଲେ।

Related story