କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଁ ତିନି ଜଣ ଓଡ଼ିଆ ମନୋନୀତ

ଭୁବନେଶ୍ୱର: କେନ୍ଦ୍ର ସଙ୍ଗୀତ ନାଟକ ଏକଡେମୀ ସମ୍ମାନ ପାଇଁ  ତିନି ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ଦେଶରୁ ମୋଟ ୩୬ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ଓଡ଼ିଶାର ୩ ଜଣଙ୍କ ନାଁ ଏଥିରେ ରହିଛି।  ସେମାନେ ହେଲେ ସୁଗମ ସଙ୍ଗୀତ ପାଇଁ ପ୍ରଫୁଲ୍ଲ କର, ଓଡ଼ିଶା ନୃତ୍ୟ ପାଇଁ ଆଲୋକ କାନୁନଗୋ ଓ ଛଉ ନୃତ୍ୟ ପାଇଁ ସଦାଶିବ ପ୍ରଧାନ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅଗରତାଲାରେ ଅନୁଷ୍ଠିତ ଏକ ବୈଠକରେ ଏହି ଘୋଷଣା […]

prafula

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 03:44 PM IST

ଭୁବନେଶ୍ୱର: କେନ୍ଦ୍ର ସଙ୍ଗୀତ ନାଟକ ଏକଡେମୀ ସମ୍ମାନ ପାଇଁ  ତିନି ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ଦେଶରୁ ମୋଟ ୩୬ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ଓଡ଼ିଶାର ୩ ଜଣଙ୍କ ନାଁ ଏଥିରେ ରହିଛି।  ସେମାନେ ହେଲେ ସୁଗମ ସଙ୍ଗୀତ ପାଇଁ ପ୍ରଫୁଲ୍ଲ କର, ଓଡ଼ିଶା ନୃତ୍ୟ ପାଇଁ ଆଲୋକ କାନୁନଗୋ ଓ ଛଉ ନୃତ୍ୟ ପାଇଁ ସଦାଶିବ ପ୍ରଧାନ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅଗରତାଲାରେ ଅନୁଷ୍ଠିତ ଏକ ବୈଠକରେ ଏହି ଘୋଷଣା କରାଯାଇଛି।

ସେହିପରି “ବିସମିଲ୍ଲା ଖାଁ ଯୁବ ସମ୍ମାନ” ପାଇଁ ମନୋନୀତ ପ୍ରତିଭାଙ୍କ ମଧ୍ୟରେ ୨ ଜଣ  ମଧ୍ୟ ଓଡ଼ିଆ ଅଛନ୍ତି। ସେମାନେ ହେଲେ ରାଇରଙ୍ଗପୁରର ସୁକୁମାର ଟୁଡୁ ଅଭିନୟ ପାଇଁ ଓ ଲୋକନୃତ୍ୟ ପାଇଁ ଭବାନୀପାଟଣାର ଧ୍ୟାନାନନ୍ଦ ପଣ୍ଡା। ଏମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ସମ୍ବୋଧିତ କରିବେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଧୀରେନ୍ଦ୍ର ନାଥ ମଲ୍ଲିକ ଏହି ସୂଚନା ଦେଇଛନ୍ତି।

Related story