କଙ୍ଗାରୁ କୋର୍ଟ: ଛେପ ପକାଇ ନାକ ଘଷାଇଲେ!

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସଭ୍ୟ ସମାଜରେ ଏ କି ମାନସିକତା! ଚାନ୍ଦା ନଦେବାରୁ ଗୋଟିଏ ଦଳିତ ପରିବାରକୁ ଦିଆଗଲା ନିର୍ଯାତନା। ସର୍ବ ସମ୍ମୁଖରେ ନିଜେ ଛେପ ପକାଇ ନାକ ଘଷିବାକୁ ବାଧ୍ୟ କରାଗଲା। ଉପାୟ ଶୂନ୍ୟ ହୋଇ ଉକ୍ତ ପରିବାର ଆଣ୍ଠେଇ ଛେପ ପକାଇ ନାକ ଘଷିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ତିଖିରୀ ଗାଁରୁ ଆସିଛି। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ସରପଞ୍ଚ ଓ ଗାଁ ଲୋକେ ଖଣ୍ଡନ କରିଛନ୍ତି। ନିର୍ଯାତନାରେ ଶିକାର […]

Kendrapara

Kendrapara

Manoranjan Sial
  • Published: Wednesday, 20 April 2022
  • Updated: 20 April 2022, 08:13 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସଭ୍ୟ ସମାଜରେ ଏ କି ମାନସିକତା! ଚାନ୍ଦା ନଦେବାରୁ ଗୋଟିଏ ଦଳିତ ପରିବାରକୁ ଦିଆଗଲା ନିର୍ଯାତନା। ସର୍ବ ସମ୍ମୁଖରେ ନିଜେ ଛେପ ପକାଇ ନାକ ଘଷିବାକୁ ବାଧ୍ୟ କରାଗଲା। ଉପାୟ ଶୂନ୍ୟ ହୋଇ ଉକ୍ତ ପରିବାର ଆଣ୍ଠେଇ ଛେପ ପକାଇ ନାକ ଘଷିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ତିଖିରୀ ଗାଁରୁ ଆସିଛି। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ସରପଞ୍ଚ ଓ ଗାଁ ଲୋକେ ଖଣ୍ଡନ କରିଛନ୍ତି।

ନିର୍ଯାତନାରେ ଶିକାର ହୋଇଥିବା ତିଖିରୀ ଗାଁର ଗୁରୁଚରଣ ମଳିକଙ୍କ ପତ୍ନୀ ରେଖା ମଲ୍ଲିକଙ୍କ କହିବା ଅସୁନାରେ ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ହେବ। ଗାଁର ଦୁଇ ଜଣ ଯୁବକ ତାଙ୍କ ଘରକୁ ଆସି ବକେୟା ଥିବା ଗାଁ ଠାକୁରାଣୀଙ୍କ ଚାନ୍ଦା ମାଗିଥିଲେ। ତେବେ ଗାଁ ଚାନ୍ଦା ଦେଇଥିବା ନେଇ ରେଖା କହିଥିଲେ। ଏହା ପରେ ତାଙ୍କୁ ସେମାନେ କୁଆଡ଼େ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ରେଖାଙ୍କ ସ୍ୱାମୀ ଗୁରୁଚରଣ ଆସି ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ସେହି ସମୟରେ ବାହାରେ ଛିଡ଼ା ହୋଇଥିବା ସରପଞ୍ଚ ଚାମେଲୀ ଓଝା ଓ ତାଙ୍କର ସହଯୋଗୀମାନେ ଗୁରୁଚରଣଙ୍କୁ ଜାତିଆଣ ଅକ୍ଷେପ କରି ଗାଳିଗୁଲଜ କରିଥିବା ରେଖା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ବଚସା ହୋଇଥିଲା।

୧୬ ତାରିଖ ରାତିରେ ଘଟିଥିବା ଘଟଣାକୁ ନେଇ ତା’ ପରଦିନ ଅର୍ଥାତ ୧୭ ତାରିଖ ସନ୍ଧ୍ୟାରେ ଗାଁରେ ସଭା ଡ଼କା ଯାଇଥିଲା। ସଭାରେ ଏକତରଫା ବିଚାର କରାଯାଇଥିବା ଅଭିଯୋଗ ହୋଇଥିଲା। ସମ୍ପୂର୍ଣ୍ଣ ଘଟଣାରେ ଗୁରୁଚରଣଙ୍କୁ ଦୋଷୀ କରାଯାଇଥିଲା। ଗାଁରେ ସାମାଜିକ ବାସନ୍ଦ ରଖିବାକୁ ନିଷ୍ପତ୍ତ ନିଆଯାଇଥିଲା। ଏଥିରୁ ରକ୍ଷା ପାଇବାକୁ ହେଲେ ଗୁରୁଚରଣଙ୍କୁ ସଭା ମଧ୍ୟରେ ଛେପ ପକାଇ ନାକ ଘଷିବାକୁ କୁହାଯାଇଥିଲା। ଗାଁ ଲୋକଙ୍କ ଏପରି ନିଷ୍ପତ୍ତିକୁ ଶେଷରେ ଗୁରୁଚରଣ ମାନିଥିଲେ। ସର୍ବ ସମ୍ମୁଖରେ ନିଜେ ଛେପ ପକାଇ ନାକ ଘଷିଥିଲେ ବୋଲି ତାଙ୍କ ପତ୍ନୀ ରେଖା ଅଭିଯୋଗ କରିଛନ୍ତି।

ଗତ ୧୮ ତାରିଖରେ ରେଖା ଏନେଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଘଟଣା ସମ୍ପର୍କରେ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ ସରପଞ୍ଚ ଚାମେଲି ଓଝା କହିଛନ୍ତି-“ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। କିଛି ଖଳ ପ୍ରକୃତିର ଲୋକେ ରାଜନୈତିକ ଆକ୍ରୋଶ ରଖି ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି କରୁଛନ୍ତି। ପ୍ରକୃତ କଥା ହେଉଛି, ଗ୍ରାମଦେବୀଙ୍କ ପାଖରେ ପ୍ରତିବର୍ଷ ବାର୍ଷିକ ଉତ୍ସବ ହୋଇଥାଏ। ସେଥିପାଇଁ ଗାଁ ଲୋକଙ୍କଠାରୁ କିଛି ଭିକ୍ଷା ଆଦାୟ କରାଯାଇଥାଏ। ଏଥିରୁ ସବୁ ବର୍ଗର ଲୋକ ସାମିଲ କରାଯାଇଥାଏ। ଏଥିପାଇଁ ବସିଥିବା ବୈଠକକୁ ସମସ୍ତଙ୍କୁ ଡକାଯାଇଥିଲା। ସମ୍ପୃକ୍ତ ପରିବାରକୁ ଭିକ୍ଷା ମଗାଯିବାରୁ ଗାଳିଦେଇଥିଲେ। ଠାକୁରାଣୀଙ୍କ ନାଁ ନେଇ ଗାଳି ଦେଇଥିଲେ। ଏହାକୁ ଆମେ ବିରୋଧ କରିଥିଲୁ। ଗାଳିନଦେବାକୁ କହିଥିଲୁ। ସେତେବେଳେ ସେ ଆମକୁ ଧମକ ଦେଇଥିଲେ। ଆଉ କହିଥିଲେ ତୁମ ନାଁ ଏସ୍‌ସିଏସ୍‌ଟି ମାମଲା ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story