ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ପୁରୀ(ମଧୁସୂଦନ ମିଶ୍ର): ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ବି ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ […]

puri-temple-12

puri-temple-12

Niharika Rout
  • Published: Wednesday, 09 October 2019
  • Updated: 09 October 2019, 10:58 AM IST

ପୁରୀ(ମଧୁସୂଦନ ମିଶ୍ର): ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ବି ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ।

ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାରେ ଗୋଷାଣୀ ଭାବେ ପୂଜା ପାଉଥିବା ଦେବୀ ଦୁର୍ଗା ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅପରାହ୍ନରେ ବାହାରି ଦେବସଭାରେ ଯୋଗଦେବେ। ଶ୍ରୀମନ୍ଦିରର ମହାଦୀପ  ଦର୍ଶନ କରିବା ପରେ ଗୋଷାଣୀମାନେ  ଦେବୀଘାଟକୁ ଯାଇ ଜଳ ବିସର୍ଜନ କରିଥା’ନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos