କଟକ: ଅପରାଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଲାଗି ପ୍ରୟାସ

କଟକ: କଟକ ସହରରେ କ୍ରମବର୍ଦ୍ଧିଷ୍ଣୁ ଡକାୟତି ଓ ରାହାଜାନୀ ଭଳି ଅପରାଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ୍ ଜୋରଦାର ପ୍ରୟାସ ଚଳାଇଛି । ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରବେଶ ପ୍ରସ୍ଥାନ ପଥରେ ବ୍ଲକିଂ କରାଯାଇ ଗାଡ଼ିଗୁଡ଼ିକର ଖାନତଲାସି କରାଯାଉଛି । ଗତକାଲି ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସହରରେ ରାତ୍ରିକାଳୀନ ପାଟ୍ରୋଲିଂର ଅନୁଧ୍ୟାନ କରିଛନ୍ତି । ପୋଲିସ୍ କମିଶନରଙ୍କ ସହ କଟକ ଡିସିପି ସଞ୍ଜିବ […]

patroling

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 03:42 AM IST

କଟକ: କଟକ ସହରରେ କ୍ରମବର୍ଦ୍ଧିଷ୍ଣୁ ଡକାୟତି ଓ ରାହାଜାନୀ ଭଳି ଅପରାଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ୍ ଜୋରଦାର ପ୍ରୟାସ ଚଳାଇଛି । ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରବେଶ ପ୍ରସ୍ଥାନ ପଥରେ ବ୍ଲକିଂ କରାଯାଇ ଗାଡ଼ିଗୁଡ଼ିକର ଖାନତଲାସି କରାଯାଉଛି । ଗତକାଲି ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସହରରେ ରାତ୍ରିକାଳୀନ ପାଟ୍ରୋଲିଂର ଅନୁଧ୍ୟାନ କରିଛନ୍ତି । ପୋଲିସ୍ କମିଶନରଙ୍କ ସହ କଟକ ଡିସିପି ସଞ୍ଜିବ ଆରୋରା ମଧ୍ୟ ସହରର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ତଦାରଖ କରିଛନ୍ତି । ଶନିବାର ସହରର ୧୪ଟି ସ୍ଥାନରେ ବ୍ଲକିଂ କରାଯାଇଥିବା ବେଳେ ଏଥିରେ ୩୦ଜଣ ଅଫିସର, ୫ଜଣ ଏସିପି ଓ ଅତିରିକ୍ତ ଡିସିପିଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ । ବିଭିନ୍ନ ସ୍ଥାନରେ ତନଖି ସମୟରେ କିଛି ଗାଡ଼ିରୁ ନିଶାଦ୍ରବ୍ୟ ଭଳି ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି । ରାତି ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ବ୍ଲକିଂର ମୁଖ୍ୟ ଉଦ୍ଦେଶ୍ୟ ଓ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Related story