କେନ୍ଦ୍ରାପଡ଼ା: ଫର୍ଣ୍ଣିଚର ଦୋକାନ ଉପରେ ବୋମା ମାଡ଼, ୩ ଆହତ

କେନ୍ଦ୍ରାପଡ଼ା: ଦୁର୍ଗା ପୂଜା ପୂର୍ବରୁ କେନ୍ଦ୍ରାପଡ଼ା ଅଶାନ୍ତ ହୋଇପଡ଼ିଛି। ଦାଦାବଟିକୁ କେନ୍ଦ୍ରକରି ବାଇପାସ୍‌ସ୍ଥିତ ବାବା ଫର୍ଣ୍ଣିଚର ଦୋକାନ ଉପରେ ବୋମା ମାଡ଼ ହୋଇଛି। ଦୁର୍ବୃତ୍ତମାନେ କାର ଓ ବାଇକ୍‌ରେ ଆସି ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଉନ୍‌ ଥାନା ପୋଲିସ୍‌ ଘଟଣାସ୍ଥଳରରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ହାଇଦର ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି।

baba-furniture

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 05:46 PM IST

କେନ୍ଦ୍ରାପଡ଼ା: ଦୁର୍ଗା ପୂଜା ପୂର୍ବରୁ କେନ୍ଦ୍ରାପଡ଼ା ଅଶାନ୍ତ ହୋଇପଡ଼ିଛି। ଦାଦାବଟିକୁ କେନ୍ଦ୍ରକରି ବାଇପାସ୍‌ସ୍ଥିତ ବାବା ଫର୍ଣ୍ଣିଚର ଦୋକାନ ଉପରେ ବୋମା ମାଡ଼ ହୋଇଛି। ଦୁର୍ବୃତ୍ତମାନେ କାର ଓ ବାଇକ୍‌ରେ ଆସି ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଉନ୍‌ ଥାନା ପୋଲିସ୍‌ ଘଟଣାସ୍ଥଳରରେ ପହଞ୍ଚି ତଦନ୍ତ ଚଳାଇଛି।

ଏହି ଘଟଣାରେ ହାଇଦର ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି।

Related story