କେନ୍ଦୁଝର: ବଳି ପର୍ବତ ନିକଟରୁ ପୂର୍ବତନ ମାଓ ସଂଗଠକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଧୀନ ବଳିପର୍ବତ ନିକଟରେ ଜଣେ ପୂର୍ବତନ ମାଓ ସଂଗଠକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମାଓ ସଂଗଠକ ହେଲେ ଜୟପାଲ ହେମ୍ୱ୍ରମ୍। ବଳିପର୍ବତରେ ଜମିଜମା ବିବାଦକୁ ନେଇ ଜୟପାଲଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହା ପଛରେ ମାଓବାଦୀଙ୍କ ସମ୍ପୃକ୍ତି ଥିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଜୟପାଲ ୧୯୯୯ରେ ବ୍ରାହ୍ମଣିପାଳ ଥାନା ଏଏସ୍ଆଇ ମୂରଲୀଧର ବସ୍ତିଆଙ୍କ […]

murder

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 08:02 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଧୀନ ବଳିପର୍ବତ ନିକଟରେ ଜଣେ ପୂର୍ବତନ ମାଓ ସଂଗଠକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମାଓ ସଂଗଠକ ହେଲେ ଜୟପାଲ ହେମ୍ୱ୍ରମ୍। ବଳିପର୍ବତରେ ଜମିଜମା ବିବାଦକୁ ନେଇ ଜୟପାଲଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହା ପଛରେ ମାଓବାଦୀଙ୍କ ସମ୍ପୃକ୍ତି ଥିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଜୟପାଲ ୧୯୯୯ରେ ବ୍ରାହ୍ମଣିପାଳ ଥାନା ଏଏସ୍ଆଇ ମୂରଲୀଧର ବସ୍ତିଆଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ସେତେବେଳେ ସେ କଳିଙ୍ଗନଗର ଡିଭିଜନ୍ ସଂଗଠନ ପାଇଁ କାମ କରୁଥିଲେ। ଜେଲରୁ ଖଲାସ ହେବା ପରେ ସେ ନିଜକୁ ମାଓ ସଂଗଠନଠାରୁ ଦୂରେଇ ରଖିଥିଲେ ।

Related story