ଏଇଠି ହେଉଥିଲା ଦୁଇ ନମ୍ବରୀ ଖେଳ, ଭିଡିଓ ଭାଇରାଲ

କେନ୍ଦୁଝର:(ଓଡ଼ିଶା ରିପୋର୍ଟର):ଜୁଆଖେଳ ଭିଡିଓ ଭାଇରାଲ। କେନ୍ଦୁଝର ତେଲକୋଇରେ ଖୁଲମଖୁଲ୍ଲା ଜୁଆଖେଳ ଚାଲିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏଭଳି ଗୋଟିଏ ନୁହେଁ, ଦୁଇ ଦୁଇଟି ଭିଡିଓ ଘୁରି ବୁଲୁଛି।

ତେବେ ଏହି ଭିଡିଓ ତେଲକୋଇ ବ୍ଲକର କୌଣସି ଏକ ସାପ୍ତାହିକ ହାଟର ବୋଲି ଚର୍ଚ୍ଚା ହେଉଛି। ତେଲକୋଇ ଅଂଚଳର କିଛି ଲୋକ ଜୁଆ ଖେଳୁଥିବା ଏବଂ ଅନ୍ୟ କିଛି ଲୋକ ଖେଳ ଆୟୋଜନ କରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଏ ଘଟଣା ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଫାଇଭ୍ ଟି ଓ ମୋ ସରକାରରେ ଗୃହ ବିଭାଗକୁ ସରକାର  ସାମିଲ କରିଥିବାବେଳେ ଖୋଲାଖୋଲି ହେଉଛି ଆଇନର ଉଲ୍ଲଂଘନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।