କେନ୍ଦୁପତ୍ର ତୋଳାଳି,ବନ୍ଧାଳିଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳି,ବନ୍ଧାଳି ଓ ଅନ୍ୟ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯିବ। ଗୁରୁବାର ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗର ବର୍ଷକର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି। ସମୀକ୍ଷା ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, କେନ୍ଦୁପତ୍ର ତୋଳାଳି,ବନ୍ଧାଳି ଓ ଏହାସହିତ ଜଡିତ […]

b.k-arukh

b.k-arukh

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 04:20 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳି,ବନ୍ଧାଳି ଓ ଅନ୍ୟ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯିବ। ଗୁରୁବାର ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗର ବର୍ଷକର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି।

ସମୀକ୍ଷା ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, କେନ୍ଦୁପତ୍ର ତୋଳାଳି,ବନ୍ଧାଳି ଓ ଏହାସହିତ ଜଡିତ ସାମୟିକ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରାଯିବ। ବୀମା ପାଇଁ ଆବଶ୍ୟକ ଅର୍ଥ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ।

ସେ ଆହୁରି ମଧ୍ୟ କହିଥିଲେ, ’ଆମ ଜଙ୍ଗଲ’ ଯୋଜନା ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର ପ୍ରାୟ ୨ଲକ୍ଷ ୫୦ ହଜାର ଉଜୁଡା ଜଙ୍ଗଲର ବନୀକରଣ କରାଯିବ। ଏଥିପାଇଁ ରାଜ୍ୟରେ ଥିବା ୫ହଜାର ବନସୁରକ୍ଷା କମିଟିର ସହଯୋଗ ନିଆଯିବ। ସେହିପରି ରାଜ୍ୟରେ ଥିବା ପବିତ୍ର ବନସ୍ଥଳୀ ଗୁଡିକର ଉନ୍ନତି କରାଯିବ। ରାଜ୍ୟରେ ୨୧୬୧ଟି ପବିତ୍ର ବନସ୍ଥଳୀ ରହିଛି। ସେଗୁଡିକ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୫୦୦ଟିର ଉନ୍ନତି କରାଯିବ।

ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟତୀତ ମୁଖ୍ୟଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos