Advertisment

ରାସ୍ତାରେ ଗଡ଼ିବ ରାଜାଙ୍କ ୧୯୩୯ ମସିହାର କାର୍‌

କେନ୍ଦୁଝର ରାଜା ହେଉଛନ୍ତି ଗାଡ଼ି ସୌକିନ୍‌। ତାଙ୍କ ପାଖରେ ୧୦୦ରୁ ଅଧିକ ସୌଖିନ୍‌ କାର, ଜିପ୍‌ ଓ ବାଇକ୍‌ ରହିଛି

author-image
Manoranjan Sial
ଅଦ୍ୟତନ ହୋଇଛି
Car

Car

ସହରର ଗଳି କନ୍ଦିରେ ବୁଲିବ ରାଜତନ୍ତ୍ର ଅମଳର ଗାଡ଼ି। ସେଥିପାଇଁ ନିଜର ପୁରୁଣା ଗାଡ଼ିକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ। ମେକାନିକ୍‌ ଡାକି ବାପା ଜେଜ ଅମର ଗାଡ଼ି ଗୁଡ଼ିକୁ ମରାମତି କରୁଛନ୍ତି। ରାଜ୍ୟ ସରକାରଙ୍କ ଭିଣ୍ଟେଜ୍ ପଲିସି ବଳରେ ଗାଡ଼ି ଗୁଡ଼ିକୁ ରେଜିଷ୍ଟ୍ରେସନ୍‌ କରି ଚଲାଇବାକୁ ଆଶା ରଖିଛନ୍ତି ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ।

Advertisment

କେନ୍ଦୁଝର ରାଜା ହେଉଛନ୍ତି ଗାଡ଼ି ସୌକିନ୍‌। ତାଙ୍କ ପାଖରେ ୧୦୦ରୁ ଅଧିକ ସୌଖିନ୍‌ କାର, ଜିପ୍‌ ଓ ବାଇକ୍‌ ରହିଛି। ତା’ ଭିତରେ ରହିଛି ୧୯୩୯ ମସିହା ଉଜଜଲି କାର୍‌, ୧୯୪୨ ମସିହାର ଫୋର୍ ଜିପିଡବ୍ଲ୍ୟୁ ଜିପ୍, ୧୯୫୩ ମସିହାର ମୋରିସ୍‌ ମାଇନର, ଡଜ୍, ପ୍ଲିମଥ୍, ଆମ୍ବାସଡର୍ ମାର୍କଟୁ, ଷ୍ଟାଣ୍ଟାର୍ଡ୍ ହେରଲ୍ଡ, ସେଭ୍ରଲେଟ୍ ଓ ଅଷ୍ଟିନ୍ ପରି ଅନେକ ନାମୀଦାମୀ କାର୍। ଏଥିସହ ୧୯୬୦ ମସିହାର ଜାୱା, ରୟାଲ୍‌ ଏନ୍‌ଫିଲ୍‌ଡ, ନର୍ଟନ୍, ୟାମାହା ଆରଡି 350 ପରି ବାଇକ ମଧ୍ୟ ରହିଛି।

ମହାରାଜାମାନେ ତାଙ୍କ ଶାସନ କାଳ ଭିତରେ ଏହି ଗାଡ଼ି ଗୁଡ଼ିକୁ କିଣିଥିଲେ। ଇତି ମଧ୍ୟ ରାଜତନ୍ତ୍ର ଯାଇ ଗଣତନ୍ତ୍ର ପ୍ରତିଷ୍ଠା ହେଲାଣି। ଦେଶ ସ୍ୱାଧୀନ ହେବାକୁ ଅନେକ ବର୍ଷ ବିତି ଗଲାଣି। ରାଜତନ୍ତ୍ର ଅମଳରେ କିଣାଯାଇଥିବା ଗାଡ଼ି ଗୁଡ଼ିକ ପୁରୁଣା ହୋଇଗଲାଣି। ତେଣୁ ସେହି ଗାଡ଼ି ଗୁଡ଼ିକୁ ରାସ୍ତାରେ ଚାଲିବା ପାଇଁ ଅନୁମତି ଦିଆଯାଉ ନାହିଁ। ତେଣୁ ଗାଡ଼ି ଗୁଡ଼ିକୁ ପିଢ଼ି ପରେ ପିଢ଼ି ରାଜା କେନ୍ଦୁଝର ରାଜପ୍ରାସାଦରେ ସେମିତି ସାଇତି ରଖିଛନ୍ତି।

Advertisment

ତେବେ ରାଜ୍ୟ ସରକାରଙ୍କ ଭିଣ୍ଟେଜ୍‌ ପଲିସି ବଳରେ ପୁରୁଣା କାର ଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ। ମେକାନିକ୍‌ ଡାକି ଗାଡ଼ି ଗୁଡ଼ିକର ନୂଆ ରୂପ ଦେଉଛନ୍ତି। ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ କହିଛନ୍ତି, ରାଜ୍ୟ ସରକାରଙ୍କ ଭିଣ୍ଟେଜ ପଲିସିକୁ ସ୍ୱାଗତ କରୁଛୁ। ଏହାଦ୍ୱାରା ପୁରୁଣା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍‌ ହୋଇପାରିବ। ଆଉ ପର୍ବ ପର୍ବାଣୀରେ ଏହି ଗାଡ଼ିକୁ ଆମେ ଚଲାଇ ପାରିବୁ ବୋଲି ରାଜା କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Odisha Kendujhar