ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ

ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍‌ସ ଆଣ୍ଡ ବିଜିନେସ୍‌) ସ୍ପିକର୍‌ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।

Odisha Assembly

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Sunday, 30 March 2025
  • Updated: 30 March 2025, 12:24 PM IST

Sports

Latest News

  • ପଞ୍ଚାନନ କାନୁନଗୋ

ସମ୍ବିଧାନର ସଂଘୀୟ ବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଯାହାକୁ ସଜାଡ଼ିବା ପାଇଁ ସମ୍ବିଧାନ ପ୍ରଣେତାମାନେ ବହୁ ସମୟ ନେଇଥିଲେ ଓ ସମ୍ବିଧାନ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଥିଲା। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଏକପକ୍ଷରେ କେନ୍ଦ୍ରୀୟ ଶାସନ ଓ ଅପରପକ୍ଷରେ ରାଜ୍ୟମାନଙ୍କର ଶାସନ ଭିନ୍ନଭିନ୍ନ ଭାବରେ ସମ୍ବିଧାନରେ ଉପସ୍ଥାପିତ ହୋଇଅଛି। ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ ଓ ଅର୍ଥନୈତିକ ବିକେନ୍ଦ୍ରୀକରଣ ସ୍ପଷ୍ଟ ଭାବେ ସମ୍ବିଧାନର ଧାରାମାନଙ୍କରେ ଚିହ୍ନି ହୋଇଛି। କେଉଁ କେଉଁ ବିଷୟରେ ରାଜ୍ୟମାନଙ୍କର କ୍ଷମତା ରହିବ ଓ କେଉଁ ବିଷୟରେ କେନ୍ଦ୍ରର କ୍ଷମତା ରହିବ ଏବଂ କେଉଁସିବୁ ବିଷୟରେ ଉଭୟଙ୍କର କ୍ଷମତା ରହିବ ସେ ସଂପର୍କରେ ସମମ୍ବିଧାନରେ ତିନୋଟି ତାଲିକା ସୃଷ୍ଟି କରାଯାଇଥିଲା। ଗୋଟିଏ ତାଲିକା ୟୁନିଅନ୍‌ ଲିଷ୍ଟ, ଆଉ ଗୋଟିଏ ତାଲିକା ଷ୍ଟେଟ୍‌ ଲିଷ୍ଟ ଓ ଅନ୍ୟ ଏକ ତାଲିକା ଉଭୟ କେନ୍ଦ୍ର ଏବଂ ରାଜ୍ୟର ତାଲିକାଭୁକ୍ତ କରାଯାଇଥିଲା। ଏହି ତାଲିକା ଭିତ୍ତିରେ ରାଜ୍ୟ ଓ କେନ୍ଦ୍ର ତାଙ୍କର ନିଷ୍ପତ୍ତି ନେଉଥିଲେ। ପର୍ଯ୍ୟାୟକ୍ରମେ ଅନେକ ବିଷୟ ରାଜ୍ୟ ହାତରୁ  ଯାଇ କେନ୍ଦ୍ର ହାତରେ ବା ଉଭୟ ତାଲିକାଭୁକ୍ତ ହୋଇ କେନ୍ଦ୍ର ହାତରେ ନ୍ୟସ୍ତ ହେବାରେ ଲାଗିଛି। ବସ୍ତୁତଃ ସମ୍ବିଧାନ ପ୍ରଣୟନ ଓ ତା’ର ପରବର୍ତ୍ତୀ କାଳରେ ରାଜ୍ୟମାନଙ୍କର ପାଖରେ ଥିବା ଅନେକ କ୍ଷମତା କେନ୍ଦ୍ରକୁ ହସ୍ତାନ୍ତର ହୋଇଯାଇଛି। ଫଳରେ ରାଜ୍ୟମାନଙ୍କର ଅନେକ କ୍ଷମତା ସଂକୁଚିତ ହୋଇଛି ଓ କେନ୍ଦ୍ରର କ୍ଷମତା ବିସ୍ତାରିତ ହୋଇଛି। ଅନ୍ୟ ଏକ ବିଶେଷ ଗୁଣ ଥିଲା କେନ୍ଦ୍ର ଓ ରାଜ୍ୟ ଉଭୟ ନିଜ ନିଜର କ୍ଷମତା ଅନୁସାରେ ଲୋକ ପ୍ରତିନିଧିମୂଳକ ଶାସନ ଜରିଆରେ ଆଇନ୍‌ ପ୍ରଣୟନ କରୁଥିଲେ। ତାହା ମଧ୍ୟ ସଂକୁଚିତ ହେଲା। ତଥାପି କେନ୍ଦ୍ର ସରକାର କେନ୍ଦ୍ରୀୟ ନିୟମ ପ୍ରଣୟନ ପାଇଁ ଲୋକସଭା ଓ ରାଜ୍ୟସଭା ଦୁଇଟି ଗୃହର ସମର୍ଥନରେ ଆଇନ୍‌ ପ୍ରଣୟନ କରିଚାଲିଛନ୍ତି ଓ ରାଜ୍ୟ ସରକାର ବିଧାନସଭା ଜରିଆରେ ରାଜ୍ୟ ପାଇଁ ଆଇନ୍‌ ପ୍ରଣୟନ କରୁଛନ୍ତି। ଉଭୟଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ବିଧିବିଧାନ ନିର୍ଣ୍ଣିତ ହୋଇଛି।

Also Read

କେନ୍ଦ୍ର ସରକାରଙ୍କ ବର୍ଣ୍ଣିତ ରୁଲ୍‌ସ ଆଣ୍ଡ ପ୍ରୋସିଡିୟର ଅନୁସାରେ କେନ୍ଦ୍ରୀୟ ଲୋକସଭା ଓ ରାଜ୍ୟସଭା ପରିଚାଳନା କରାଯାଇଥାଏ । ଉଭୟ ଗୃହର ମର୍ଯ୍ୟାଦା ରକ୍ଷା କରାଯାଇଥାଏ। ସେହିପରି ରାଜ୍ୟରେ ଥିବା ବିଧିବିଧାନ (ରୁଲ୍‌ସ ଆଣ୍ଡ ପ୍ରୋସିଡିୟର) ଅନୁସାରେ ରାଜ୍ୟ ବିଧାନସଭାଗୁଡ଼ିକର ପରିଚାଳନା କରିଥାନ୍ତି। ବିଧାନସଭା ହେଉ ବା ଲୋକସଭା ହେଉ, ଏହାର ମର୍ଯ୍ୟାଦା ରକ୍ଷା ପାଇଁ ବ୍ରିଟିଶ ପାର୍ଲିଆମେଣ୍ଟାରୀ ପଦ୍ଧତି ଅନୁସାରେ ଗୃହ ପରିଚାଳନା କରାଯାଇଥାଏ। ଏହିସବୁ ବିଧିବିଧାନ ମେଁ’ସ ପାର୍ଲିଆମେଣ୍ଟାରୀ ପ୍ରାକ୍ଟିସ୍‌କୁ ଦେଖିବାକୁ ପଡ଼ିଥାଏ। ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ବିଧାନସଭା ହେଉ ବା ଲୋକସଭା ହେଉ ଏସବୁକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଏହି ବ୍ୟବସ୍ଥା ଭିତରେ ରହିଛି । ଦୁର୍ଭାଗ୍ୟର ବିଷୟ ଗତ ବର୍ଷମାନଙ୍କ ଭିତରେ ସ୍ୱାଧିନତା ପ୍ରାପ୍ତି ପରେ ଆମ ଲୋକସଭା, ରାଜ୍ୟସଭା ବା ଆମ ବିଧାନସଭାର ପରିଚାଳନାରେ ଏତେ ସଂଖ୍ୟକ ମର୍ଯ୍ୟାଦା ହାନିକର ଘଟଣାମାନ ଘଟି ଯାଇଛି ଯେ ତାହା ସମସ୍ତ ବିଚାରବନ୍ତ ଗଣତନ୍ତ୍ର ପ୍ରେମୀମାନଙ୍କୁ ବ୍ୟସ୍ତ ଓ ବିବ୍ରତ କରିଛି ।

ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍‌ସ ଆଣ୍ଡ ବିଜିନେସ୍‌) ସ୍ପିକର୍‌ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ । ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ । ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି । ପ୍ରଥମ ମୁଲତବୀ ପ୍ରସ୍ତାବ (ଆଡଜନ୍‌ମେଣ୍ଟ ମୋସନ୍‌) ଦୁଇଟି ଆଣିବାର ବିଧି ରହିଛି ଓ ସରକାରୀ ଦଳ ଦୁଇଟି କଲିଂ ଆଟେନ୍‌ସନ୍‌ ଆଣିବାର ନିର୍ଦ୍ଧାରିତ ହୋଇଥାଏ । ଏହି ସମୟକାଳଟି ବିରୋଧୀ ଦଳର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ସମୟ । ସରକାରଙ୍କ ଅପାରଗତା ବା ସରକାରୀ କଳର ଅସାମର୍ଥ୍ୟକୁ ପଦାରେ ପକାଇବା ପାଇଁ ବିରୋଧୀ ଦଳମାନେ ଏ ସମୟକୁ ବ୍ୟବହାର କରିଥାନ୍ତି ।

ଏତଦ୍‌ବ୍ୟତୀତ ବଜେଟ୍‌ ଆଲୋଚନା, ବଜେଟ୍‌ରେ ସଂପୃକ୍ତ ଥିବା ବିଭିନ୍ନ ବିଭାଗ ଉପରେ ବିସ୍ତୃତ ଆଲୋଚନା ଉଭୟ ସରକାରୀ ଓ ବିରୋଧୀ ଦଳ ସୁଯୋଗ ପାଇଥାନ୍ତି । ଅଧିକନ୍ତୁ ସରକାର ଚାହିଁଲେ ଅନେକ ଆଇନ୍‌ ପ୍ରଣୟନ ବା ଆଇନ୍‌ ସଂଶୋଧନ ପ୍ରସ୍ତାବମାନ ମଧ୍ୟ ଆଣିଥାନ୍ତି ଓ ଗୃହରେ ତାହା ଆଲୋଚନା ହୋଇଥାଏ । ଏବେ ଦେଖାଯାଉଛି ବିରୋଧୀ ଦଳ ତା’ର ସମସ୍ତ ସୁଯୋଗ ହାତଛଡ଼ା କରୁଛି । ସରକାରୀ ଦଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗୃହର ମତାମତ ଉପରେ ଆଧାରିତ ନିଷ୍ପତ୍ତି ନନେଇ ନିଜର ସଂଖ୍ୟା ଗରିଷ୍ଠତା ଓ ବିଧିବିଧାନ ଭିତରେ ଥିବା ଗଳାବାଟ ଗିଲୋଟନ୍‌ ଜରିଆରେ କରାଇ ନେଉଛି । ଏଥିପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳମାନେ ଦାୟୀ । ଉଭୟ ନିଜ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସାବ୍ୟସ୍ତ କରିବା ପରିବର୍ତ୍ତେ ବଡ଼ ହାଲୁକା ଭାବରେ ଗୃହର କାର୍ଯ୍ୟ ଚଳାଇ ରଖୁଛନ୍ତି । ଅନେକ ସମୟରେ ବିରୋଧୀ ଦଳର ଗଣ୍ଡଗୋଳ ହେତୁ ପ୍ରଶ୍ନକାଳ ମଧ୍ୟ ହାତଛଡ଼ା ହେଉଛି । ଏସବୁ ମିଶାମିଶି ଭାବେ ଦେଖିଲେ ବିଧାନସଭାର କାର୍ଯ୍ୟକାଳ ଯେତେ ଦୀର୍ଘ ହେଉନା କାହିଁକି, କାର୍ଯ୍ୟ କରିବାର ତରିକାରେ ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଉଭୟ ବିରୋଧୀ ଓ ସରକାରୀ ଦଳ ହରାଇ ବସୁଛନ୍ତି । ବିଧାନସଭାରେ ଅଯଥା ବିରୋଧୀ ଦଳ ଯେ ଗୋଳମାଳ କରୁଛି ସେକଥା କୁହାଯାଇନପାରେ । କାରଣ ଏଥିସହିତ ସରକାରୀ ଦଳର ଯେଉଁ ପ୍ରମୁଖ ଦାୟିତ୍ୱ ଗୃହକୁ ପରିଚାଳନା କରିବା କଥା ତାହା ମଧ୍ୟ ହାତଛଡ଼ା ହେଉଛି ।

ଏହି ଅଳ୍ପଦିନ ତଳେ ଓଡ଼ିଶା ବିଧାନସଭାରେ ମହିଳାମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ ଅପରାଧ ପ୍ରସଂଗ ଉଠାଇ ବିରୋଧୀ ଦଳ ଏହା ଉପରେ ଏକ ହାଉସ୍‌ କମିଟି ଗଠନ କରିବାର ଦାବି କରି ବସିିଲା । ସରକାର ଏଥିରେ ରାଜି ହୋଇଯାଇଥିଲେ କିଛି ପ୍ରଳମ୍ଭ ଅଶୁଦ୍ଧି ହୋଇନଥାନ୍ତା । କାହିଁକି ନା ପ୍ରତିବର୍ଷ ରାଜ୍ୟ ବିଧାନସଭାରେ ଆଗତ ହେଉଥିବା ଗୃହ ବିଭାଗର ଶ୍ୱେତପତ୍ର ପ୍ରମାଣ କରୁଛି ଯେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବଢ଼ିବଢ଼ି ଚାଲିଛି । ଏହାର କାରଣ ଓ ନିରାକରଣ ପାଇଁ ଗୃହ କମିଟି ଜରିଆରେ ସମସ୍ତ ପ୍ରସ୍ତୁତି ହୋଇଥାଏ । ଏହା ସରକାରକୁ ମଧ୍ୟ ସହାୟକ ହୋଇଥାନ୍ତା । କୌଣସି କାରଣରୁ ସରକାର ଏଥିରେ ରାଜି ହେଲେ ନାହିଁ । ବିରୋଧୀ ଦଳ ବିଶେଷତଃ କଂଗ୍ରେସ ଦଳ ଏହି ଦାବି ନେଇ ଗୃହରେ ହୋ ହାଲ୍ଲା କଲେ । ଏପରିକି କିଛି ଅପ୍ରୀତିକର ଓ ଗୃହର ମର୍ଯ୍ୟାଦା ହାନିକାରକ ଘଟଣା ଦେଖିବାକୁ ମିଳିଲା । ବାଚସ୍ପତି ଆଉ ପାଦେ ଆଗକୁ ଯାଇ ବିଧାୟକମାନଙ୍କୁ ବରଖାସ୍ତ କଲେ । ସେମାନଙ୍କ ଅନୁପସ୍ଥିତିରେ ବିଧାନସଭା ଚଳାଇ ରଖିଲେ । ଏହା ମଧ୍ୟ ଉଭୟ ସରକାରୀ ଓ ବିରୋଧୀ ଦଳର ଗଣତାନ୍ତ୍ରିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି । ଏ ଗୋଟିଏ ମାତ୍ର ଉଦାହରଣ ଓଡ଼ିଶା ବିଧାନସଭାରେ ବର୍ତ୍ତମାନ ଆମେ ଦେଖିବାକୁ ପାଇଛୁ । ଏହିପରି ଶହଶହ ଉଦାହରଣ ସାରା ଭାରତବର୍ଷର ବିଧାନଭାରେ ଘଟିଚାଲିଛି । ଯାହାର ଯେଉଁଠି ଅଧିକ ବଳ ଅଛି ସେ ତାହା ପ୍ରୟୋଗ କରି ବିରୋଧୀ ଦଳକୁ ଗୃହରୁ ଅଲଗା କରି ଦେଉଛନ୍ତି ବା ବିରୋଧୀ ଦଳର ସଦସ୍ୟମାନଙ୍କୁ ନିଲମ୍ବନ କରୁଛନ୍ତି । କିଛିଦିନ ତଳେ କର୍ଣ୍ଣାଟକରେ ଶାସନ କରୁଥିବା କଂଗ୍ରେସ ବିଜେପିର ବିଧାୟକମାନଙ୍କୁ ନିଲମ୍ବନ କରିଥିବା ଦୃଷ୍ଟିକୁ ଆସିଥିଲା । ସେହିପରି ଦିଲ୍ଲୀରେ ଶାସନ କରୁଥିବା ବିଜେପି ଆପ୍‌ର ସଦସ୍ୟମାନଙ୍କୁ ନିଲମ୍ବନ କରିବା ଦେଖାଗଲା ।

ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ ବିଧାୟକମାନଙ୍କର କ୍ଷମତା ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କଲାଭଳି ଆଚରଣ ପୋଲିସ ବିଭାଗର କର୍ମଚାରୀମାନେ ପ୍ରଦର୍ଶନ କଲେ । ସତେ ଯେପରି ଏମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ବିଧାନସଭା ହାତରୁ ଏହି ପୋଲିସ ବିଭାଗର କର୍ମଚାରୀଙ୍କ ହାତକୁ ଦିଆଗଲା, ସେହିପରି ଅନୁଭବ ହେଲା । କୌଣସି ପରିସ୍ଥିତିରେ ବିଧାନସଭାର ଗୁରୁତ୍ୱ ସରକାରୀ କର୍ମଚାରୀଙ୍କ ପାଖରେ ନ୍ୟୁନ ହେବା ଠିକ୍‌ ନୁହେଁ । ଏପରି ଏକ ସମୟ ଆସିପାରେ ପୋଲିସକୁ ବ୍ୟବହାର କରି ବିଧାନସଭା ଓ ଲୋକସଭାର କାର୍ଯ୍ୟକୁ ନିୟନ୍ତ୍ରଣ କରାଯିବାର ଉଦ୍ୟମ କରାଯିବ ।

ଗୃହ ପରିଚାଳନାର ପ୍ରଥମ ଦାୟିତ୍ୱ ଗୃହର ପ୍ରମୁଖ ନେତା ବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନ୍ୟସ୍ତ ଥାଏ । ଅଧିକନ୍ତୁ ବିଚାରପତି ଆସନରେ ବସିଥିବା ବ୍ୟକ୍ତି ବାଚସ୍ପତି ମଧ୍ୟ ତାଙ୍କର ରୁଲିଂ ବା ନିଷ୍ପତ୍ତି ଶୃଙ୍ଖଳିତ, ନ୍ୟାୟପୂର୍ଣ୍ଣ ଓ ସଂଯମତାର ସହିତ କରିବା ଆବଶ୍ୟକ । ଏସବୁର ବ୍ୟତିକ୍ରମ ହେଉଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି । ବିଧାନସଭା ହେଉ ବା ଲୋକସଭା ହେଉ, ଏହାର ପରିଚାଳନା ପାଇଁ ବାରମ୍ବାର ବାଚସ୍ପତିମାନଙ୍କର ବୈଠକ ଡକାଯାଇ ସିଦ୍ଧାନ୍ତମାନ ନିଆଯାଇଛି । ତାହା କେବଳ କାଗଜ କଲମରେ ରହିଯାଇଛି ସିନା କୌଣସି ଭାବରେ କାର୍ଯ୍ୟକାରୀ ହେଉନାହିଁ । ଏପରି ଅବସ୍ଥା ଉଠିଲାଣି ଯେ ସାଧାରଣରେ ଦାବି ହେଉଛି ‘କାମ ନାହିଁ ତ ଦରମା ନାହିଁ ।’ ଏହା ଏକ ଲଜ୍ୟାଜନକ କଥା । ପ୍ରତିନଧିମାନେ ଲୋକଙ୍କର, ଅଞ୍ଚଳର ସମସ୍ୟାକୁ ନେଇ ଗୃହକୁ ଆସିଥାନ୍ତି । ସେମାନେ ଯାହା କିଛି ଦରମା ପାଆନ୍ତୁ ନା କାହିଁକି, ସରକାରୀ କର୍ମଚାରୀ ନୁହନ୍ତି । କିନ୍ତୁ ଗୃହ ଭିତରେ ଦେଖାଯାଉଥିବା ବିଶୃଙ୍ଖଳିତ ଆଚରଣ ପାଇଁ ସେମାନଙ୍କୁ ସରକାରୀ କର୍ମଚାରୀ ସହ ତୁଳନା କରାଯାଉଛି । ଏହା ସବୁ ବିଧାୟକ ବା ଲୋକପ୍ରତିନିଧିଙ୍କ ପ୍ରତି ଅମର୍ଯ୍ୟାଦାକର ମନ୍ତବ୍ୟ । ଉଭୟ ସରକାରୀ ଓ ବିରୋଧୀ ଦଳ ନିଜ ନିଜର ଜିଦ୍‌ ଅପେକ୍ଷା ଲୋକଙ୍କ ସମସ୍ୟାକୁ  ନେଇ ଆଲୋଚନା, ତର୍କ ଓ ବିତର୍କ କରିବାର ସମସ୍ତ ସୁଯୋଗ ଅନୁସାରେ କାର୍ଯ୍ୟ କଲେ ସେମାନଙ୍କ ମର୍ଯ୍ୟାଦା ନିଶ୍ଚୟ ବଢ଼ିବ ଓ କାର୍ଯ୍ୟକାଳରେ ଅଧିକ ସକରାତ୍ମକ ନିଷ୍ପତ୍ତିମାନ ସାଧାରଣଙ୍କ ଉପକାରରେ ଲାଗିବ ।

ବିଧାନସଭା ବା ଲୋକସଭାରେ, ରାଜ୍ୟସଭାରେ ଯେତେ ତର୍କ ବିତର୍କ, ଆଲୋଚନା, ପ୍ରଶ୍ନ-ଉତ୍ତର ହେବ ସେତେ ପରିମାଣରେ ସରକାରୀ କଳ ଅମଲାତାନ୍ତ୍ରିକ କବଳରୁ ମୁକ୍ତ ହେବା ପାଇଁ ବାଟ ପାଇବ । ନହେଲେ ସରକାରୀ ଦଳ ହେଉ ବା ସରକାର ହୁଅନ୍ତୁ ଏମାନେ ଅମଲାତାନ୍ତ୍ରିକ ବ୍ୟବସ୍ଥାର କବଳରେ ରହିଯିବେ । ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ର କାର୍ଯ୍ୟ କରିବାର ଶୈଳୀ ସଂକୁଚିତ ହୋଇଯିବ ।

ଏ ସମସ୍ତ କଥା ଆଜି ଦିନରେ ବିଚାର କରିବାର ଅଛି । ଆଶା ଓ ବିଶ୍ୱାସ ସବୁ ରାଜନୈତିକ ଦଳ ଓ ତାଙ୍କର ପ୍ରତିନିଧିମାନେ ଲୋକମାନଙ୍କର ଏବଂ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନିଜ ନିଜର ଜିଦ୍‌, ଅହଂକାର ପରିତ୍ୟାଗ୍‌ କରି ସହନଶୀଳତାର ସହିତ ଆଲୋଚନାରେ ଭାଗ ନେବାର ବ୍ୟବସ୍ଥା କରିବା ଉଚିତ ।

ମୋ: ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story