ବିଶ୍ୱାସରେ ବିଷ ଦେଲା ଡ୍ରାଇଭର: ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷ ଟଙ୍କାରେ ବିକି ଜାଳି ଦେଇଥିଲା ଟ୍ରକ୍‌

ଖଲିକୋଟ (ଶିଲୁ ବିଶ୍ୱାଳ): ଟ୍ରକ୍‌ ମାଲିକଙ୍କ ବିଶ୍ୱାସରେ ବିଷ ଦେଲେ ଡ୍ରାଇଭର। ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷ ଟଙ୍କାରେ ବିକି ଟ୍ରକକୁ ଦୁର୍ଘଟଣାର ରୂପ ଦେଇ ଜାଳି ଦେଇଥିଲା। ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଖଲ୍ଲିକୋଟ ଥାନା ପୁଲିସ୍‌ ଡ୍ରାଇଭରଙ୍କ ଦୁଇ ସହଯୋଗୀକୁ ଗିରଫ କରିଛି। ଏବେ ମଧ୍ୟ ଡ୍ରାଇଭର ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ଜୁନ୍‌ ୨୨ ତାରିଖରେ ଗଞ୍ଜାମ ଖଲ୍ଲିକୋଟ ଥାନା […]

Khalikot

Khalikot

Manoranjan Sial
  • Published: Saturday, 30 July 2022
  • Updated: 30 July 2022, 05:33 PM IST

Sports

Latest News

ଖଲିକୋଟ (ଶିଲୁ ବିଶ୍ୱାଳ): ଟ୍ରକ୍‌ ମାଲିକଙ୍କ ବିଶ୍ୱାସରେ ବିଷ ଦେଲେ ଡ୍ରାଇଭର। ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷ ଟଙ୍କାରେ ବିକି ଟ୍ରକକୁ ଦୁର୍ଘଟଣାର ରୂପ ଦେଇ ଜାଳି ଦେଇଥିଲା। ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଖଲ୍ଲିକୋଟ ଥାନା ପୁଲିସ୍‌ ଡ୍ରାଇଭରଙ୍କ ଦୁଇ ସହଯୋଗୀକୁ ଗିରଫ କରିଛି। ଏବେ ମଧ୍ୟ ଡ୍ରାଇଭର ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ଜୁନ୍‌ ୨୨ ତାରିଖରେ ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଘାଟିରେ ଗୋଟିଏ ମାଛ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ରେ ୧୦ ଟନ୍‌ ମାଛ ଥିଲା। ମାତ୍ର ଜଳନ୍ତା ଟ୍ରକ୍‌ରୁ ବହୁତ କମ୍‌ ପୋଡା ମାଛ ମିଳିଥିଲା। ଯାହାକୁ ନେଇ ଟ୍ରକ୍‌ ମାଲିକ ସୁରେଶ ବର୍ମାଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ସେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ନମ୍ବର ୩୭୭/୨୦୨୨ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ଡ୍ରାଇଭର ଭି. ଶିବରାମ ପ୍ରସାଦଙ୍କ ଦୁଇ ସହଯୋଗୀ ଏସ. ନାଗରାଜୁ ଓ କେ. ସୁନୀଲଙ୍କ ଉପରକୁ ଯାଇଥିଲା। ପ୍ରଥମେ ସେମାନଙ୍କୁ ଅଟକ ରଖି ଘନଘନ ଜେରା କରିଥିଲା। ଜେରା ବେଳେ ଡ୍ରାଇଭରଙ୍କ ଦୁଇ ସହଯୋଗୀ ସବୁ କଥା ମାନିଥିଲେ। ଏହା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗିରଫ ଦୁଇ ସହଯୋଗୀଙ୍କ କହିବା ଅନୁସାରେ ସେଦିନ ଟ୍ରକ୍‌ ଡ୍ରାଇଭର ଭି. ଶିବରାମ ପ୍ରସାଦ ଓ ହେଲ୍‌ପର ଆନ୍ଧ୍ରପ୍ରଦେଶର ଭିମ୍ବଭରମରୁ ୧୦ ଟନ୍‌ ମାଛ ଲୋଡ୍‌ କରି କୋଲକାତା ଅଭିମୁଖେ ବାହାରିଥିଲେ। ତେବେ ଭୋଗପୁରମ୍‌ରେ ଜଣେ ମାଛ ବ୍ୟବସାୟୀଙ୍କୁ ସେମାନେ ପ୍ରାୟ ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷ ଟଙ୍କାରେ ବିକି ଦେଇଥିଲେ। ଏହାକୁ ଲୁଚାଇବାକୁ ଯାଇ ଓଡ଼ିଶାର ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିଠାରେ ଟ୍ରକ୍‌କୁ ଘାଟି ତଳକୁ ଖସାଇ ଦେଇ ଦୁର୍ଘଟଣାର ରୂପ ଦେଇଥିଲେ ଡ୍ରାଇଭର୍‌। ପରେ ଟ୍ରକ୍‌ ଭିତରେ ଥିବା ରୋଷେଇ ଗ୍ୟାସ୍‌ ଟାଙ୍କିରେ ନିଆଁ ଲଗାଇ ଦେଇଥିଲେ।

ଡ୍ରାଇଭର ଭି. ଶିବରାମ ପ୍ରସାଦ ଅଦ୍ୟାବଧି ଫେରାର ଅଛି। ଏହି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଥିବାରୁ ଟ୍ରକ୍‌ ମାଲିକ ସୁରେଶ ବର୍ମା ଖଲ୍ଲିକୋଟ ଥାନା ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story