ଖଣିଜ ପରିବହନ ଭଡ଼ା ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର: ଖଣିଜ ପରିବହନ ଭଡ଼ା ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଖଣିଜ ପରିବହନ ସଂପର୍କିତ ଏହି ନୂଆଭଡ଼ା ୫ଟି ଜିଲ୍ଲାରେ ଲାଗୁ ହେବ। ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରାନସପୋର୍ଟ ଏଜେନ୍ସୀ ଓ ଟ୍ରକ ମାଲିକ ସଂଘର ମନମୁଖୀ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇଲେ ସରକାର। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଏହି ବିଜ୍ଞପ୍ତି ଅନୁଯାୟୀ, ୫ଟି ଜିଲ୍ଲା- ଅନୁଗୁଳ, […]

mining2

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 03:35 PM IST

ଭୁବନେଶ୍ୱର: ଖଣିଜ ପରିବହନ ଭଡ଼ା ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଖଣିଜ ପରିବହନ ସଂପର୍କିତ ଏହି ନୂଆଭଡ଼ା ୫ଟି ଜିଲ୍ଲାରେ ଲାଗୁ ହେବ।

ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରାନସପୋର୍ଟ ଏଜେନ୍ସୀ ଓ ଟ୍ରକ ମାଲିକ ସଂଘର ମନମୁଖୀ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇଲେ ସରକାର। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଏହି ବିଜ୍ଞପ୍ତି ଅନୁଯାୟୀ, ୫ଟି ଜିଲ୍ଲା- ଅନୁଗୁଳ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ରାଜ୍ୟ ସରକାର ଖଣିଜ ପରିବହନ ଭଡ଼ା ନିର୍ଦ୍ଧାରଣ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ୧୦୦ କିଲୋମିଟର ବାହାରେ ଖଣିଜ ପରିବହନ ହେଲେ ଛଅ ଚକିଆ ଗାଡ଼ିରେ କିଲୋମିଟର ପିଛା ଟନ୍ ପ୍ରତି ୬ ଟଙ୍କା ୪୦ ପଇସା ଭଡ଼ା ରହିବ। ସେହପରି ୧୦ ଚକିଆ ଗାଡ଼ିରେ ଟନକୁ କିଲୋମିଟର ପିଛା ୫ ଟଙ୍କା  ୧୦ ପଇସା ଏବଂ ୧୨ ଚକିଆରେ ଟନକୁ କିଲୋମିଟର ପିଛା ୪ ଟଙ୍କା  ୧୦ ପଇସା ରହିବ। ସେହିପରି ୧୦୦ କିଲୋମିଟର ଭିତରେ ଦୁଇପ୍ରକାର ଭଡ଼ା ବ୍ୟବସ୍ଥା ହୋଇଛି। ଦିନକୁ ୩୫୦୦ ଟଙ୍କା କିମ୍ୱା ଦିନକୁ ୨୦୦୦ ଟଙ୍କା ସମେତ ରନିଂ କଷ୍ଟର ଦୁଇଗଣା ଟଙ୍କା।

ଖଣିଜ ଦ୍ରବ୍ୟ ପରିବହନ କ୍ଷେତ୍ରରେ ସିଲିଂ ପ୍ରାଇସ୍ ବା ପରିବହନ ବାବଦକୁ ସର୍ବାଧିକ ଭଡ଼ା କେତେ ହେବ ସନେଇ ରାଜ୍ୟ ବୈଷୟିକ କମିଟି ଅନୁଧ୍ୟାନ କରି ଭଡ଼ା ସ୍ଥିର କରିବା ପରେ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଗତ ଜୁନ୍ ୧୭ରେ ଭଡ଼ା ନିର୍ଦ୍ଧାରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଣିକି ଧାର୍ଯ୍ୟ ଭଡ଼ାଠାରୁ ପରିବହନ ସଂସ୍ଥା ଅଧିକ ନେଇ ପାରିବେ ନାହିଁ। ଏହାର ଉଲ୍ଲଂଘନ ହେଲେ ପରିବହନ ଲାଇସେନସ୍ ରଦ୍ଦ ହେବ। ଟ୍ରାନସପୋର୍ଟ ଏଜେନ୍ସି, ଟ୍ରକ ମାଲିକଙ୍କୁ ପରିବହନ ଭଡ଼ା ଇଲେକଟ୍ରୋନିକ୍ସ ମୋଡ୍ କିମ୍ୱା ଚେକ୍ ଆକାରରେ ଦେବେ। ଖଣି ବିଭାଗର ଆଇଥ୍ରୀଏମ୍ଏସରେ ପଞ୍ଜୀକୃତ ଟ୍ରକଗୁଡ଼ିକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଭଡ଼ା ନେବେ।

ପରିବହନ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରି ଗତମାସ ତିନିଦିନ ଧରି ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଟ୍ରକ ଓ ଟିପର ସଂଘ ଆନ୍ଦୋଳନ କରିଥିଲା। ରାଜ୍ୟ ସରକାର ଏସମା ଲାଗେଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related story