ଏଥର ଆର୍‌ଏମ୍‌ସି ଦ୍ୱାରା ଖରିଫ ଋତୁର ଧାନ ସଂଗ୍ରହ କରିବେ ସରକାର

<p>ଭୁବନେଶ୍ୱର: ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଖରିଫ ଋତୁର ଧାନ ସଂଗ୍ରହ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। RMC ବା ରେଗୁଲାଟାରୀ ମାର୍କେଟିଂ କମିଟି ମାଧ୍ୟମରେ ଧାନ ସଂଗ୍ରହ କରିବା ପାଇଁ ରାଜ୍ୟ ଖାଦ୍ୟ ଓ ଯୋଗାଣ ସଚିବ ଏବଂ ସମବାୟ ସଚିବ ମିଳିତ ଭାବେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।&nbsp; ଚିଠିରେ RMCକୁ ଚଳିତ ଖରିଫ ଋତୁରେ ଧାନ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିବା ନିର୍ଦ୍ଦେଶ ରହିଛି। ଏହାସହ RMC ଜଣେ ପିଓଙ୍କୁ ନିଯୁକ୍ତ କରିବେ। ସେମାନେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସାହାଯ୍ୟରେ ଚାଷୀଙ୍କଠାରୁ ଧାନ କିଣିବେ। ପିଓମାନେ ତିଆରି କରିଥିବା ଲିଷ୍ଟ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି ଓ ARCSଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପଠାଯିବ।</p> <p>ସୂଚନାଯୋଗ୍ୟ, ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ଗତ ୨୮ଦିନ ଧରି କୃଷି ସମବାୟ ସଂଘ ତରଫରୁ ଆନ୍ଦୋଳନ କରାଯାଉଛି।&nbsp; ଗତକାଲି ସମିତିର ସଭାପତି ଓ ଉପଦେଷ୍ଟାଙ୍କ ସମେତ ଅନ୍ୟ ପ୍ରତିନିଧିମାନେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଉପଦେଷ୍ଟା କହିଥିବା ବେଳେ ସଭାପତି କିନ୍ତୁ ଏ କଥାକୁ ଖଣ୍ଡନ କରିବା ସହ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 07:45 AM IST

Sports

Latest News

<p>ଭୁବନେଶ୍ୱର: ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଖରିଫ ଋତୁର ଧାନ ସଂଗ୍ରହ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। RMC ବା ରେଗୁଲାଟାରୀ ମାର୍କେଟିଂ କମିଟି ମାଧ୍ୟମରେ ଧାନ ସଂଗ୍ରହ କରିବା ପାଇଁ ରାଜ୍ୟ ଖାଦ୍ୟ ଓ ଯୋଗାଣ ସଚିବ ଏବଂ ସମବାୟ ସଚିବ ମିଳିତ ଭାବେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।&nbsp; ଚିଠିରେ RMCକୁ ଚଳିତ ଖରିଫ ଋତୁରେ ଧାନ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିବା ନିର୍ଦ୍ଦେଶ ରହିଛି। ଏହାସହ RMC ଜଣେ ପିଓଙ୍କୁ ନିଯୁକ୍ତ କରିବେ। ସେମାନେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସାହାଯ୍ୟରେ ଚାଷୀଙ୍କଠାରୁ ଧାନ କିଣିବେ। ପିଓମାନେ ତିଆରି କରିଥିବା ଲିଷ୍ଟ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି ଓ ARCSଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପଠାଯିବ।</p><p>ସୂଚନାଯୋଗ୍ୟ, ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ଗତ ୨୮ଦିନ ଧରି କୃଷି ସମବାୟ ସଂଘ ତରଫରୁ ଆନ୍ଦୋଳନ କରାଯାଉଛି।&nbsp; ଗତକାଲି ସମିତିର ସଭାପତି ଓ ଉପଦେଷ୍ଟାଙ୍କ ସମେତ ଅନ୍ୟ ପ୍ରତିନିଧିମାନେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଉପଦେଷ୍ଟା କହିଥିବା ବେଳେ ସଭାପତି କିନ୍ତୁ ଏ କଥାକୁ ଖଣ୍ଡନ କରିବା ସହ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos