ଖରିଫ ଋତୁର ମଣ୍ଡିକୁ ଅସହଯୋଗ କରିବାକୁ କୋରାପୁଟ ଜିଲ୍ଲା ଚାଷୀଙ୍କ ଚେତାବନୀ

ଜୟପୁର: ଆସନ୍ତା ନଭେମ୍ୱର ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ଖରିଫ୍ ଋତୁର ମଣ୍ତିକୁ ଅସହଯୋଗ କରିବାକୁ କୋରପୁଟ ଜିଲ୍ଲାର ଚାଷୀମାନେ ଚେତାବନୀ ଦେଇଛନ୍ତି। କୋରାପୁଟ ଜିଲ୍ଲା କୃଷକ ସମାଜ ପକ୍ଷରୁ ଜୟପୁର ବ୍ଲକ ଅନ୍ତର୍ଗତ ଫ।ମ୍ପୂଣୀଠାରେ ଆଜି ଆୟୋଜିତ ଏକ କୃଷକ ସମାବେଶରେ ଏପରି ନିଷ୍ପତ୍ତି ନିଆଯାଇଛି । ସମାବେଶରେ ଜୟପୁର ଉପଖଣ୍ତର ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା ଓ ଜୟପୁର ବ୍ଲକର ଶତାଧିକ ଚାଷୀ ସାମିଲ ହୋଇଥିଲେ । ଜୁନ ୩୦ ତାରିଖରେ ରବି […]

RICE-MANDI

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 02:58 PM IST

ଜୟପୁର: ଆସନ୍ତା ନଭେମ୍ୱର ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ଖରିଫ୍ ଋତୁର ମଣ୍ତିକୁ ଅସହଯୋଗ କରିବାକୁ କୋରପୁଟ ଜିଲ୍ଲାର ଚାଷୀମାନେ ଚେତାବନୀ ଦେଇଛନ୍ତି। କୋରାପୁଟ ଜିଲ୍ଲା କୃଷକ ସମାଜ ପକ୍ଷରୁ ଜୟପୁର ବ୍ଲକ ଅନ୍ତର୍ଗତ ଫ।ମ୍ପୂଣୀଠାରେ ଆଜି ଆୟୋଜିତ ଏକ କୃଷକ ସମାବେଶରେ ଏପରି ନିଷ୍ପତ୍ତି ନିଆଯାଇଛି । ସମାବେଶରେ ଜୟପୁର ଉପଖଣ୍ତର ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା ଓ ଜୟପୁର ବ୍ଲକର ଶତାଧିକ ଚାଷୀ ସାମିଲ ହୋଇଥିଲେ । ଜୁନ ୩୦ ତାରିଖରେ ରବି ଫସଲର ଧାନ ବିକ୍ରି କରି ୪ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଦ୍ୟ ଏ ପର୍ଯ୍ୟନ୍ତ ବକେୟା ଟଙ୍କ। ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ । ଏହାର ପ୍ରତିବାଦରେ ଖରିଫ ଧାନ ସଂଗ୍ରହ ଲାଗି ହେବାକୁ ଥିବା ମଣ୍ଡିକୁ କୋଣସି ଚାଷୀ ଧାନ ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଚାଷୀଙ୍କ ସମସ୍ୟାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି, ଧାନ ବିକ୍ରିର ବକେୟା ଟଙ୍କ। ଚାଷୀଙ୍କୁ ଦେବାକୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଜିଲ୍ଲାପାଳ ଏହି ନିର୍ଦ୍ଦେଶକୁ ଅବମାନନା କରିଥିବା ପୂର୍ବତନ ମନ୍ତ୍ରୀ ନନ୍ଦ ଅଭିଯୋଗ କରିଛନ୍ତି । ଏହାସହ ୨ରୁ ୩ଦିନ ମଧ୍ୟରେ ଚାଷୀଙ୍କୁ ତାଙ୍କ ହକ୍ ଟଙ୍କ। ନ ମିଳିଲେ ବଡ ଧରଣର ଆନ୍ଦୋଳନ ତେଜିବା ସହ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେପଟେ ଚାଷୀଙ୍କ ଏପରି ସମସ୍ୟାକୁ ନେଇ ବିଜେଡି ରାଜନୈତି କରିବା ବନ୍ଦ କରୁ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ଗତ ୪ମାସ ହେଲା ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଖାଦ୍ୟ ଓ ଯୋଗାଣ ସଚିବ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବି ଚାଷୀ ଟଙ୍କ। ପାଇପାରିଲେ ନାହିଁ। ଆସନ୍ତାକାଲି ଶତାଧିକ ଚାଷୀଙ୍କ ସହ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବି । ଏହାସତ୍ତ୍ୱେ ଚାଷୀଙ୍କୁ ସେମାନଙ୍କ ଟଙ୍କ। ନ ମିଳେ ଜିଲ୍ଲାରେ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିଲାଗି ସରକାର ଦାୟୀ ରହିବେ ବୋଲି ବିଧାୟକ ବାହିନୀପତି ଚେତାବନୀ ଦେଇଛନ୍ତି।

Related story