ଖୋର୍ଦ୍ଧା: ବସ୍ ଓଲଟି ଜଣେ ମୃତ, ୨୦ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଆଜି ଏକ ବସ୍ ଓଲଟି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ହସ୍ପି‌ଟାଲରେ ଭର୍ତ୍ତି କରାଯାଇଛି। ଆଲଫା ନାମକ ଏହି ବସ୍‌ଟି ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିଲା। ତେବେ ବସଟି ଭାରସାମ୍ୟ ହରାଇ ବାଘମାରୀ ନିକଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ସ୍ଥଳରେ ପୋଲିସ୍ ଓ  ଅଗ୍ନିଶମ ବିଭାଗ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।