ଖୋର୍ଦ୍ଧା: ବିବାଦୀୟ ଜମି ଦଖଲ କରି ମହିଳା ସମିତି ଗୃହ ନିର୍ମାଣ, ୧୪୪ ଧାରା ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳର ମହିଳାମାନେ ଏକ ସରକାରୀ ଜମି ଜବରଦଖଲ କରି ସେଥିରେ ମହିଳା ସମିତି ଗୃହ ନିର୍ମାଣ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଏହା ଏକ ବିବାଦୀୟ ସ୍ଥାନ ହୋଇଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ,  ବାଲିଅନ୍ତା ବ୍ଲକ  ହନୁମନ୍ତ ପାଟଣା ଗାଁରେ […]

khorda

khorda

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 06:00 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳର ମହିଳାମାନେ ଏକ ସରକାରୀ ଜମି ଜବରଦଖଲ କରି ସେଥିରେ ମହିଳା ସମିତି ଗୃହ ନିର୍ମାଣ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଏହା ଏକ ବିବାଦୀୟ ସ୍ଥାନ ହୋଇଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ,  ବାଲିଅନ୍ତା ବ୍ଲକ  ହନୁମନ୍ତ ପାଟଣା ଗାଁରେ ୧୯୯୮ ମସିହାରୁ ‘ମା ବାସେଳୀ ମହିଳା ସମିତି’ କାର୍ଯ୍ୟ କରୁଛି । ସମିତି ଲାଗି ଘରଟିଏ କରିବାକୁ ମହିଳାମାନେ ଦୀର୍ଘ ବର୍ଷ ହେବ ଜିଲ୍ଲାପାଳଙ୍କୁ ଗୁହାରୀ କରିଆସୁଥିଲେ । ବାରମ୍ୱାର ଅବେଦନ କରି ନିରାଶ ହେବା ପରେ ସମିତିର ଶତାଧିକ ମହିଳା ଏକାଠି ହୋଇ ଗାଁରେ ଥିବା ଏକ ସରକାରୀ ଜମିରେ ପୂଜାର୍ଚ୍ଚନା କରିବା ସହ ନିଜେ ନିଅଁ ଖୋଳି ପଥର ପକେଇଥିଲେ । ତେବେ ଏହି ଜମିକୁ ନେଇ ପୂର୍ବରୁ ଏକ ପରିବାରଙ୍କ ତରଫରୁ କୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହାର ବିଚାର ଚାଲିଛି । ଉକ୍ତ ପରିବାର ପକ୍ଷରୁ ମହିଳା ସମିତିର ଏପରି କାର୍ଯ୍ୟକୁ ବିରୋଧ କରାଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଠିରେ ରଖି ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାରା ଜାରି କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos