ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ। ୧୩ କିଲୋମିଟର ଆଗକୁ ବଢ଼ିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ଏଣିକି ନୟାଗଡ଼ ଜିଲ୍ଲା ମହୀପୁରରୁ ନୂଆଗାଁ ଯାଏଁ ୧୩ କିଲୋମିଟର ଆଗକୁ ଗଡ଼ିବ ପାସେଞ୍ଜର ଟ୍ରେନ୍।
ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀ ପରୀକ୍ଷାମୂଳକ ଭାବେ ଯାଇଥିବା ଏକ ଯାଞ୍ଚ ଟ୍ରେନ୍ ସହ ନୂଆଗାଁକୁ ଯାଇଛନ୍ତି। ରେଳ ଲାଇନ୍ର ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ମହୀପୁର ଷ୍ଟେସନର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ବରିଷ୍ଠ ରେଲୱେ ଅଧିକାରୀଙ୍କ ଉପସ୍ଥିତିରେ ନୂଆଗାଁ ରେଳଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଗଡିଛି l
ଖୁବ୍ ଶୀଘ୍ର ଦୈନିକ ଭାବେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରୁ ନୂଆଗାଁ ଯାଏଁ ଯିବ ଟ୍ରେନ୍। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ୨୮୯ କିଲୋମିଟର ଖୋର୍ଦ୍ଧା-ବଲାଙ୍ଗିର ରେଳପଥର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାକୁ ଅପେକ୍ଷା କରିଛନ୍ତି ଲୋକେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
Crime
ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି
ଅଜଣା ମହିଳା ଶିଶୁକୁ ଧରି ଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଛି କଏଦ। ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜୁଛି ପୁଲିସ।
Crime
ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି; ପଞ୍ଝାରେ ଆଉ ଜଣେ ଦଲାଲ୍
ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମବାର କଟକ ସିଟି ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି।
Accident
ମଝି ରାସ୍ତାରେ ଦୁଇ ବାଇକ୍ ପିଟି ହେଲେ
ଲୋକେ ୩ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
Crime
ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ
୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।