ବାପର ଠେଙ୍ଗା ମାଡ଼ରେ ଝିଅର ମୃତ୍ୟୁ

ଆନନ୍ଦପୁର(ମୁନ୍ନା ସଂହ): ବାପାର ଠେଙ୍ଗା ମାଡ଼ରେ ୮ ମାସର ଝିଅର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଦୁଇ ଭାଇଙ୍କ କଳିରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଘଷିପୁରା ଥାନା ସାଉଣ୍ଟିସାହିର ସନା ଦେହୁରୀ ପେଶାରେ ଜଣେ ଗାଡ଼ି ଚାଳକ। ଆଜି ସେ ନିଜର ବଡ଼ ଭାଇଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସନାଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ଅଟକାଇବାକୁ ଚେଷ୍ଟା କରୁଥିଲେ। ତେବେ ରାଗରେ ଜର୍ଜରିତ […]

child-death-in-keonjher

child-death-in-keonjher

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 10:09 PM IST

Sports

Latest News

ଆନନ୍ଦପୁର(ମୁନ୍ନା ସଂହ): ବାପାର ଠେଙ୍ଗା ମାଡ଼ରେ ୮ ମାସର ଝିଅର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଦୁଇ ଭାଇଙ୍କ କଳିରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଘଷିପୁରା ଥାନା ସାଉଣ୍ଟିସାହିର ସନା ଦେହୁରୀ ପେଶାରେ ଜଣେ ଗାଡ଼ି ଚାଳକ। ଆଜି ସେ ନିଜର ବଡ଼ ଭାଇଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସନାଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ଅଟକାଇବାକୁ ଚେଷ୍ଟା କରୁଥିଲେ। ତେବେ ରାଗରେ ଜର୍ଜରିତ ହେଉଥିବା ସନା ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଝୁମୁରୀକୁ ପିଟିବାକୁ ବୋଲାଇ ଥିଲେ। ମାତ୍ର ଠେଙ୍ଗାଟି ଝୁମୁରୀଙ୍କ କାଖରେ ଥିବା ତାଙ୍କ ୮ ମାସର ଝିଅ ମୁଣ୍ଡରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଘଷିପୁରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିଲେ। ତେବେ ରାସ୍ତାରେ ଝିଅଟିର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos