ପୁରୀରୁ ୫ ଜଣଙ୍କୁ ଗିରଫ କଲା କୋଲକାତା ପୋଲିସ

ପୁରୀ(ଓଡ଼ିଶା ରିପୋର୍ଟର): ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ କୋଲକାତା ପୋଲିସ ଆଜି ଓଡ଼ିଶାରୁ ୫ ଜଣଙ୍କୁ ଗିରଫ କରିଛି। ସେମାନେ ଫୈଜଲ ହକ୍‌, ମୁରାକ ହକ, ମହମ୍ମଦ ଅର୍ମାନ, ଅଜାଦ ଆଲାମ ଓ ଶେଖ ସେହନ୍‌ସା। ଏମାନେ ପୁରୀ ଜିଲ୍ଲା ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଥିବା କୋଲକାତା ପୋଲିସ ଜାଣିପାରି ଓଡ଼ିଶା ପୋଲିସ ସହାୟତାରେ ଗିରଫ କରିଛି। ଗତ ୨୨ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ବେନିଆପୁକାର ଥାନା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଅହମ୍ମଦ ପରଭେଜଙ୍କ ଉପରେ ଗୁଳି […]

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 04:33 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ କୋଲକାତା ପୋଲିସ ଆଜି ଓଡ଼ିଶାରୁ ୫ ଜଣଙ୍କୁ ଗିରଫ କରିଛି। ସେମାନେ ଫୈଜଲ ହକ୍‌, ମୁରାକ ହକ, ମହମ୍ମଦ ଅର୍ମାନ, ଅଜାଦ ଆଲାମ ଓ ଶେଖ ସେହନ୍‌ସା। ଏମାନେ ପୁରୀ ଜିଲ୍ଲା ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଥିବା କୋଲକାତା ପୋଲିସ ଜାଣିପାରି ଓଡ଼ିଶା ପୋଲିସ ସହାୟତାରେ ଗିରଫ କରିଛି।

ଗତ ୨୨ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ବେନିଆପୁକାର ଥାନା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଅହମ୍ମଦ ପରଭେଜଙ୍କ ଉପରେ ଗୁଳି କାଣ୍ଡ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏମାନଙ୍କୁ ଗିରଫ କରିବା ପାଇଁ କୋଲକାତା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମାତ୍ର ପୋଲିସକୁ ଚକମ୍‌ ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ତେବେ ଅଭିଯୁକ୍ତମାନେ ପୁରୀରେ ଏକ ହୋଟେଲରେ ଥିବା ଜାଣିପାରି କୋଲକାତା ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos