କେତେ ସୁରକ୍ଷିତ ବ୍ଲାକ୍ ପାଗୋଡ଼ା ? ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟ ଆମିକସ୍‌ କ୍ୟୁରିଙ୍କ ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର? ଏହାର ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଅସନ୍ତୋଷ ପ୍ରକାଶ କରିବା ପରେ, ଦାୟିତ୍ୱରେ ଥିବା ASIର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହାଇକୋର୍ଟ ASIକୁ ଜବାବ ତଲବ କରିବା ସହ ଆସନ୍ତା ମାସକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି। ବିପଦମୁକ୍ତ ନୁହେଁ ବ୍ଲାକ୍ ପାଗୋଡ଼ା।  ଏହି ବିଶ୍ୱ ଐତିହ୍ୟର ମରାମତି […]

54321

54321

Tapas Behera
  • Published: Tuesday, 19 November 2019
  • Updated: 19 November 2019, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର? ଏହାର ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଅସନ୍ତୋଷ ପ୍ରକାଶ କରିବା ପରେ, ଦାୟିତ୍ୱରେ ଥିବା ASIର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହାଇକୋର୍ଟ ASIକୁ ଜବାବ ତଲବ କରିବା ସହ ଆସନ୍ତା ମାସକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।

ବିପଦମୁକ୍ତ ନୁହେଁ ବ୍ଲାକ୍ ପାଗୋଡ଼ା।  ଏହି ବିଶ୍ୱ ଐତିହ୍ୟର ମରାମତି ଓ ସଂରକ୍ଷଣ କାମ ସନ୍ତୋଷଜନକ ନୁହେଁ। ଏଥିପାଇଁ ଆହୁରି ଅନେକ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ବାକିଥିବା ଆମିକସ୍ କ୍ୟୁରି ହାଇକୋର୍ଟଙ୍କୁ ଜଣାଇବା ପରେ, ନାନାଦି ପ୍ରଶ୍ନ ଘେରରେ ଏଏସ୍ଆଇର ବର୍ଷବର୍ଷର କସରତ।  ନିଜ ବିସ୍ତୃତ ରିପୋର୍ଟରେ ଆମିକସ୍ କ୍ୟୁରି ଦେଇଥିବା ପ୍ରସ୍ତାବ ଅନୁସାରେ, ମନ୍ଦିର କାନ୍ଥର ଆଭ୍ୟନ୍ତରୀଣ ଅଂଶର ଗୁଣବତ୍ତା ଆକଳନ ପାଇଁ ବିଭିନ୍ନ ସ୍ଥାନର ପଥରର ପରୀକ୍ଷା କରାଯିବା, ଜଗମୋହନ ଭିତରକୁ ପ୍ରବେଶ ଉଦ୍ୟମ ସହ ଏହା ଭିତରେ ବାଲି ଭର୍ତ୍ତି ପ୍ରସଙ୍ଗରେ ପୁନର୍ବିଚାର ହେବା ଦରକାର।  ନିୟମିତ ଭାବେ ମନ୍ଦିରର ରାସାୟନିକ ସଫେଇ ଓ ସଂରକ୍ଷଣ ବି ହେବା ଉଚିତ।  ମନ୍ଦିର ଢାଞ୍ଚାରେ ଯେପରି ପାଣି ନଗଳେ ସେଥିପାଇଁ ସମସ୍ତ ଫାଟ ଓ ଯୋଡ଼େଇକୁ ଭଲଭାବେ ସିଲ୍ କରିବାକୁ ପରାମର୍ଶ ଦେଇଛନ୍ତି ଆମିକସ୍  କ୍ୟୁରି।  ଏଥିସହ ସେନ୍ସର ବ୍ୟବସ୍ଥା ଥିବା ପମ୍ପ ସାହାଯ୍ୟରେ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ସମ୍ଭବ ବୋଲି ମଧ୍ୟ ସେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେପଟେ ସୂର୍ଯ୍ୟ ମନ୍ଦିରର ସ୍ଥିତିକୁ ନେଇ କୋଣାର୍କ ସୁରକ୍ଷା ସମିତି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି।

କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଏର ମାମଲାରେ, ‌ଆମିକସ୍  କ୍ୟୁରିଙ୍କ ଦ୍ୱାରା ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।  ଗତ ଅଗଷ୍ଟ ୧୨ ଓ ସେପ୍ଟେମ୍ବର ୧୩ରେ ଆମିକସ୍  କ୍ୟୁରି, ଇଂଜିନିୟର୍ ଏନ୍.କେ. ମହାନ୍ତି ଦୁଇ ଦୁଇଥର ସୂର୍ଯ୍ୟମନ୍ଦିର ପରିଦର୍ଶନ କରି, ଗତକାଲି ନିଜର ବିସ୍ତୃତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ।  ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ, ଏହି ରିପୋର୍ଟ ଆଧାରରେ ଶୁଣାଣି କରି ଏଏସ୍ଆଇକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଅନ୍ୟପକ୍ଷରେ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ୍ କହିଛନ୍ତି, ଏବେବି ଆବଶ୍ୟକତା ଅନୁଯାୟୀ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story