ପାହାଡ଼ରୁ ଖସିଲା ମାଟି ଅତଡ଼ା, ପୋତି ହୋଇ ଚାଲିଗଲା ଦୁଇ ଜୀବନ

ଜୟପୁର(ଓଡ଼ିଶା ରିପୋର୍ଟର): ପାହାଡ଼ରୁ ମାଟି ଆଣିବାକୁ ଯାଇଥିଲେ। ମାତ୍ର ଅସାବଧାନତା ଯୋଗୁଁ ଧସିଲା ମାଟି ଅତଡ଼ା। ମାଟି ତଳେ ଚାପିହୋଇ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଗଲା। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ା ପାହାଡ଼ରେ ଘଟିଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଖିଆଲଗୁଡ଼ା ପାହାଡ଼ରୁ ମାଟି ଆଣିବା ପାଇଁ ୫ […]

korapur accident happened today

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 04:27 PM IST

ଜୟପୁର(ଓଡ଼ିଶା ରିପୋର୍ଟର): ପାହାଡ଼ରୁ ମାଟି ଆଣିବାକୁ ଯାଇଥିଲେ। ମାତ୍ର ଅସାବଧାନତା ଯୋଗୁଁ ଧସିଲା ମାଟି ଅତଡ଼ା। ମାଟି ତଳେ ଚାପିହୋଇ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଗଲା। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ା ପାହାଡ଼ରେ ଘଟିଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ଖିଆଲଗୁଡ଼ା ପାହାଡ଼ରୁ ମାଟି ଆଣିବା ପାଇଁ ୫ ଜଣ ଲୋକ ଏକ ଟ୍ରାକ୍ଟରରେ ଯାଇଥିଲେ। ପାହାଡ଼ ଉପକୁ ଜଣେ ଶ୍ରମିକ ଯାଇ ମାଟିରେ ଶାବଳ ମାରିଥିଲେ। ମାଟି ଅତଡ଼ା ଖସି ତଳେ ଠିଆ ହୋଇଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ଫଳରେ ସେମାନେ ପୋତି ହୋଇଯାଇଥିଲେ। ବୋରିଗୁମ୍ମା ଆର୍‌ଆଇଙ୍କଠାରୁ ଖବର ପାଇ ଉଦ୍ଧାରକାରୀ ଦଳ ଜେସିବି ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାଟି ତଳୁ ଡମ୍ବୁରୁ ପୂଜାରୀ ଓ ଈଶ୍ୱର ଭୂମିଆଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

ମାଟି ଧସିଥିବା ଖାଦାନଟିକୁ ନିଲାମ ଦିଆଯାଇନଥିଲା। ବେଆଇନ୍‌ ଭାବେ ପାହାଡ଼କୁ ଖୋଳା ଯାଉଥିଲା। ତେବେ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋରିଗୁମ୍ମା ତହସିଲଦାର କହିଛନ୍ତି।

Related story