ସୁରମି ଗାଁରେ ଅଜଣା ରୋଗର ଆତଙ୍କ: ୧୫ ଦିନରେ ଗଲାଣି ୬ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ସୁରମି ଗାଁରେ ଅଜଣା ରୋଗର ଆତଙ୍କ। ୧୫ ଦିନ ଭିତରେ ଅଜଣା ରୋଗରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୯ରୁ ଅଧିକ ଲୋକ ଏହି  ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହା କେଉଁ ପ୍ରକାର ରୋଗ ଜଣାପଡ଼ି ନ ଥିବା ବେଳେ ସ୍ୱାସ୍ଥ୍ୟବିଭାଗ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି।

ଅଜଣା ରୋଗରେ ପ୍ରଥମେ ରୋଗୀଙ୍କ ଦେହରେ ଜର, କାଶ ଏବଂ ମୁଣ୍ଡ ବ୍ୟଥା ପରି ଲକ୍ଷଣ ଦେଖାଯିବା ପରେ ମୃତ୍ୟୁ ହେଉଥିବା ଗ୍ରାମବାସୀ କହିଛନ୍ତି । ଗାଁରେ ପାନୀୟଜଳ ବ୍ୟବସ୍ଥା ନ ଥିବାରୁ ଲୋକେ ଚୁଆପାଣି ବ୍ୟବହାର କରୁଛନ୍ତି। ଅଜଣା ରୋଗର ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି  ଗ୍ରାମବାସୀ।