କୋମାରେ ଭ୍ରାମ୍ୟମାଣ ବ୍ୟାଙ୍କ ଗାଡ଼ି

ଜୟପୁର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ହାତ ପାଆନ୍ତାରେ ବ୍ୟାଙ୍କିଂ ସୁବିଧା ଯୋଗାଇ ଦେବା ପାଇଁ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ପକ୍ଷରୁ ଆରମ୍ଭ ହୋଇଥିଲା ଭ୍ରାମ୍ୟମାଣ ବ୍ୟାଙ୍କ୍ ଯୋଜନା। ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲାବାସୀଙ୍କୁ ବ୍ୟାଙ୍କ ସେବା ସୁବିଧା ସରଳ କରିବାର ସ୍ୱପ୍ନ ଦେଖାଇ ଯୋଜନାର ଗ୍ରାଣ୍ଡ୍ ଓପନିଂ ହୋଇଥିଲା। କିନ୍ତୁ ମାତ୍ର ୨ ବର୍ଷ ପରେ ଏହି ଯୋଜନାକୁ ଏବେ ହୋଇଛି ପକ୍ଷାଘାତ। ଆରମ୍ଭ ହେବାର ମାତ୍ର କିଛି ଦିନ ପରେ ଅଚଳ ହୋଇଯାଇଛି ଭ୍ରାମ୍ୟମାଣ ବ୍ୟାଙ୍କିଂ ବ୍ୟବସ୍ଥା। ଖତ ଖାଉଛି କୋଟି କୋଟି ଟଙ୍କା ଯାନ ଓ ଯନ୍ତ୍ରାଂଶ।

ଗତ ୬ ମାସ ଧରି ଲକ୍ଷ୍ମୀପୁର ନିକଟରେ ଏମିତି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଭ୍ୟାମ୍ୟମାଣ ୟୁନିଟ୍। ସମାନ ସ୍ଥିତି ରାୟଗଡ଼ାରେ ଜିଲ୍ଲାର ଟିକିରି ଲ୍ୟାମ୍ପସ ନିକଟରେ। ପଡ଼ି ରହିଛି ଆଉ ଏକ ବସ୍। ବାହାରୁ ବେଶ୍ ଚକାଚକ୍ ଥିଲେ ମଧ୍ୟ ଦୀର୍ଘ ଦିନ ଧରି ଅବ୍ୟବହୃତ ହୋଇ ପଡ଼ି ରହିଛି।

ସାଧାରଣ ଲୋଲଙ୍କୁ ବ୍ୟାଙ୍କ୍ ଆଡ଼କୁ ଆକର୍ଷିତ କରିବା ଲାଗି ୨୦୧୫ରେ ଏହି ସୁଦୂର ପ୍ରସାରୀ ଯୋଜନାର ଆରମ୍ଭ କରାଯାଇଥିଲା। ପ୍ରାଥମିକ ଭାବେ କୋରାପୁଟ ଜିଲ୍ଲା ପାଇଁ ଗଡ଼ିଥିଲା ୪ଟି ବସ୍। ହେଲେ ବର୍ତ୍ତମାନ ପ୍ରାୟ ସବୁ ବସ୍ ଅଚଳ ପ୍ରାୟ। ହେଲେ KCCB କର୍ତ୍ତୃପକ୍ଷଙ୍କ କହିବା କଥା, କିଛି ସ୍ଥାନରେ ବ୍ୟାଙ୍କ୍ ଏବେ ବି କାର୍ଯ୍ୟ କରୁଛି। ଆଉ କିଛି ସ୍ଥାନରେ ସେବା ଅଚଳ ପଛରେ କେବଳ ନେଟଓ୍ୱର୍କ ସମସ୍ୟା ଦାୟୀ। ଏ ନେଇ ଉଚ୍ଚ କର୍ତ୍ତପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି।

Ordigital Desk
• Published: Sunday, 24 December 2017
• Updated: 24 December 2017, 09:29 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos